ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୋଖରୀରେ ବୁଡି ଶିଶୁକନ୍ୟା ମୃତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆରେ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା ।

By

Published : May 31, 2019, 2:26 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ପୋଖରୀରେ ବୁଡି ଦୁଇ ବର୍ଷର ଶିଶୁକନ୍ୟା ମୃତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ଗାଁର ଘଟଣା । ଗାଁର ଗଣେଶ ଜେନାଙ୍କ ଝିଅ ଦେବଶ୍ରୀ ଜେନା ଗାଁ ଦାଣ୍ଡରେ ପିଲାଙ୍କ ସହିତ ଖେଳୁଥିଲା।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଏହି ସମୟରେ ନିକଟରେ ଥିବା ଏକ ପୋଖରୀରେ ଅସାବଧାନତା ଯୋଗୁଁ ପଡିଯାଇଥିଲା। ତୁରନ୍ତ ଗାଁ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details