ଓଡିଶା

odisha

ETV Bharat / state

ଆସୁଛି ବର୍ଷା, ଭଦ୍ରକ ପୌରାଞ୍ଚଳରେ ସୁଧୁରିନି ଡ୍ରେନ ସମସ୍ୟା - bhadrak municipality

ଭଦ୍ରକ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା । କାମ କରୁନି ଡ୍ରେନେଜ । ଚିନ୍ତାରେ ସହରବାସୀ । ଆଗକୁ ବର୍ଷାଦିନ ଆସୁଥିବାରୁ ପରିସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jun 13, 2019, 11:30 PM IST

ଭଦ୍ରକ: ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଜଳ ନିଷ୍କାସନ ବ୍ୟବସ୍ଥା । କାମ କରୁନି ଡ୍ରେନେଜ । ଚିନ୍ତାରେ ସହରବାସୀ । ଆଗକୁ ବର୍ଷାଦିନ ଆସୁଥିବାରୁ ପରିସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା । ତେବେ ପୌରପରିଷଦ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ସହରର ଏପରି ପରିମଳ ଅବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

30ଟି ୱାର୍ଡକୁ ନେଇ ଗଠିତ ଭଦ୍ରକ ପୌରପରିଷଦ । ପ୍ରତ୍ୟେକ ୱାର୍ଡରେ ସମାନ ସ୍ଥିତି । ସବୁଠି ଜଳ ନିଷ୍କାସନ ସମସ୍ୟା । କେବଳ ବର୍ଷା ଋତୁ ନୁହେଁ, ଅନ୍ୟ ଋତୁରେ ଅସରାଏ ବର୍ଷା ହେଲେ ରାସ୍ତାଘାଟ ଜଳାର୍ଣ୍ଣବ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଥିମଧ୍ୟରୁ 17ଟି ୱାର୍ଡରେ ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶୁଛି ।

କିଛି ସ୍ଥାନରେ ଡ୍ରେନ୍‌ ପୋତି ହୋଇଯିବା ଓ କିଛି ସ୍ଥାନରେ ଭାଙ୍ଗି ଥିବାରୁ ଏପରି ହେଉଛି । କିନ୍ତୁ ପ୍ରଶାସନ ଏଥିପ୍ରତି ଭୂକ୍ଷେପ କରୁନାହିଁ । ଚିରାଚରିତ ଢଙ୍ଗରେ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦିଆଯାଉଥିବା ପ୍ରଶାସନ କହୁଛି ।

ତେବେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏଥିପ୍ରତି ଯଦି ପୌର ପ୍ରଶାସନ ଦୃଷ୍ଟି ନଦିଏ ତେବେ ସ୍ଥିତି ସାଂଘାତିକ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details