ଓଡିଶା

odisha

ETV Bharat / state

ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ଭଦ୍ରକର ପ୍ରାଣୀ ଚିକିତ୍ସକ - World Genius Records

ପ୍ରାଣୀ ଚିକତ୍ସା ବିଜ୍ଞାନରେ ଉଲ୍ଲେଖନୀୟ ସେବାପାଇଁ ଆନ୍ତର୍ଜାତୀୟ ସମ୍ମାନ ‘World Genius Records’ରେ ସମ୍ମାନିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନା। ଅଧିକ ପଢନ୍ତୁ...

ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନାଙ୍କୁ ‘World Genius Records’ ଆନ୍ତର୍ଜାତୀୟ ସମ୍ମାନ
‘World ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନାଙ୍କୁ ‘World Genius Records’ ଆନ୍ତର୍ଜାତୀୟ ସମ୍ମାନ Records’ ଆନ୍ତର୍ଜାତୀୟ ସମ୍ମାନ ପାଇଲେ ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନା

By

Published : Aug 11, 2021, 5:12 PM IST

ଭଦ୍ରକ:ପ୍ରାଣୀ ଚିକତ୍ସା ବିଜ୍ଞାନରେ ଉଲେଖନୀୟ ସଫଳତା ପାଇଁ ‘World Genius Records’ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନା। ତାଙ୍କର ନିଷ୍ଠା, ଅଧ୍ୟବସାୟ ଓ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନାଇଜେରିଆ ସ୍ଥିତ ଓ୍ବାର୍ଲଡ ଜିନିଅସ୍ ରେକର୍ଡ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି। ୪୧ ବର୍ଷିୟ ଡାକ୍ତର ଶ୍ରୀ ଜେନା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମଉଲଗଡିଆ ଗ୍ରାମର ଘଣ୍ଟେଶ୍ବର ଜେନା ଓ ରମ୍ଭାଦେବୀଙ୍କ ସୁପୁତ୍ର । ତାଙ୍କର ଏହି ସଫଳତା ପରେ ରାଜ୍ୟ ତଥା ରାଜ୍ୟ ବାହରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ପ୍ରାଣୀ ଚିକିତ୍ସକ ଡାକ୍ତର ନିରାକାର ଜେନାଙ୍କୁ ‘World Genius Records’ ଆନ୍ତର୍ଜାତୀୟ ସମ୍ମାନ

କୋରୋନା ସମୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ ହୋଇଛି । ବିଭିନ୍ନ କର୍ମଚାରୀ ଆତଙ୍କିତ ହୋଇ ପ୍ରାଣୀ ଚିକିତ୍ସାସେବା ଯୋଗାଇବା ଗାଁ ଗଣ୍ଡାକୁ ଯାଇ ପାରୁନଥିଲେ । ମାତ୍ର ଡାକ୍ତର ଜେନା ଅଭିନବ ଉପାୟ ଅବଲମ୍ବନ କରି ଭେଟ୍ ହେଲଥ୍‌ପ୍ଲସ୍ ନାମକ ଏକ ୟୁଟ୍ୟୁବ୍ ଚାନେଲ ସହିତ ହ୍ବାଟ୍ସଆପ ଗୃପ ଗଠନ କରି ପ୍ରାଣୀ ପାଳନ ଓ କୋଭିଡ ସମୟରେ ପ୍ରାଣୀ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଭିଡିଓ, ଅଡିଓ ମାଧ୍ୟମରେ ପରାମର୍ଶ ପୋଷ୍ଟ କରି ଆସୁଛନ୍ତି । ଯାହା ଫଳରେ ପଶୁପାଳକମାନେ ଏହା ଜରିଆରେ ଉପଯୁକ୍ତ ଶିକ୍ଷା ସହ ପରାମର୍ଶ ମଧ୍ୟ ପାଇବାରେ ସଫଳ ହୋଇଥିଲେ । ଡାକ୍ତର ଜେନାଙ୍କର ଏପରି କାର୍ଯ୍ୟ ବାବଦରେ ପ୍ରଚାର ହେବା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ନାଇଜେରିଆସ୍ଥିତ ୱାର୍ଲ୍ଡ ଜିନିଅସ ନାମକ ଏକ ଆନ୍ତର୍ଜାତୀୟ ସଂସ୍ଥା ଏହି ପ୍ରସଙ୍ଗରେ ଡାକ୍ତର ଶ୍ରୀ ଜେନାଙ୍କୁ ମେଲ୍ ଜରିଆରେ ଯୋଗାଯୋଗ କରି ପଞ୍ଜୀକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏନେଇ ସେ ଆବଶ୍ୟକୀୟ ରିପୋର୍ଟ ଦାଖଲ କରିଥିଲେ ଡାକ୍ତର ଜେନା । ଗତମାସ ୨୭ ତାରିଖରେ ସେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କୁ ସାର୍ଟଫିକେଟ୍ ସହିତ ଗୋଲ୍ଡ ମେଡାଲ, ବ୍ରୋଞ୍ଚ ଟ୍ରଫି, ବୁକ୍ ଅଫ୍ ରେକର୍ଡସ୍ ସହିତ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି।

ପ୍ରାଣୀଧନ ବିଭାଗରେ ପ୍ରଥମେ କନିଷ୍ଠ ପ୍ରାଣୀ ଚିକିତ୍ସକ ଭାବେ 2005 ମସିହାରେ କାର୍ଯ୍ୟରେ ମୟୂରଭଞ୍ଜ ଜିଲ୍ଲା ରରୁଣା ବ୍ଲକରେ ଯୋଗ ଦେଇଥିଲେ ଡାକ୍ତର ଜେନା । 6 ବର୍ଷ କାର୍ଯ୍ୟ କରିବା ସମୟରେ ନିଜ ଦକ୍ଷତା ପାଇଁ ସେ ବିଭିନ୍ନ ମହଲରେ ବେଶ ପରିଚିତ ମଧ୍ୟ ହୋଇପାରିଥିଲା । ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ନୋଡାଲ ଅଫିସର ଭାବେ ଦାୟିତ୍ବ ନେଇଥିଲେ ସେ । 3 ବର୍ଷ ପରେ ପ୍ରାଣୀ ଚିକିତ୍ସକଭାବେ ଧୁଷୁରୀ ବ୍ଲକରେ କାର୍ଯ୍ୟ କରିଥିଲେ । 8 ବର୍ଷ କାର୍ଯ୍ୟ କରିବା ପରେ ତାଙ୍କର ପଦୋନ୍ବତି ହୋଇଥିଲା । ବର୍ତ୍ତମାନ ସେ ତିହିଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଚଳିତ ବର୍ଷ ଫେବୃଆରୀ ମାସରୁ କାର୍ଯ୍ୟରତ ଅଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details