ଭଦ୍ରକ: ଜିଲ୍ଲାରେ ଡ଼ାଏଲେସିସ ସେଣ୍ଟର ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ସୂଚନା ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ଏକ ଡାଏଲେସିସ ସେଣ୍ଟର ସ୍ଥାପନ କରାଯାଇଛି । ବୁଧବାର ଦିନ ଭଦ୍ରକ ଗସ୍ତରେ ଯାଇ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି ।
ଏହିପରି ଜନହିତକର ଯୋଜନା କାର୍ଯ୍ୟକାରୀ କରିବା ମାନସିକତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ତୁଳନାତ୍ମକ ଭାବେ ସ୍ଵଳ୍ପ ଦେୟ ରୋଗୀମାନେ ଏହି ସ୍ବାସ୍ଥ୍ୟ ସେବା ସୁବିଧା ପାଇପାରିବେ ବୋଲି କହିବା ସହ ଗରିବ ଶ୍ରେଣୀର ରୋଗୀ ମାନଙ୍କର ସମସ୍ତ ଦେୟ ସେ ବହନ କରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲିକ ।