ଭଦ୍ରକ:ଜିଲ୍ଲାରେ ବିପର୍ଯ୍ୟୟ ହୋଇପଡିଛି ସ୍ବାସ୍ଥ୍ୟ ସେବା। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଏନେଇ ଆଜିଠାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରର୍ଦଶନ କରୁଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି।
କିଛି ଦିନ ତଳେ ରାଜ୍ୟରେ ତିନୋଟି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଭଦ୍ରକବାସୀ ବହୁ ଆନ୍ଦୋଳନ,ଧର୍ମଘଟ ଓ ନିବେଦନ ରଖିଥିଲେ ମଧ୍ୟ ଭଦ୍ରକ ଜିଲ୍ଲାକୁ ବାଦ କରିଛନ୍ତି ସରକାର। ନିର୍ବାଚନ ସମୟରେ ବହୁ ପ୍ରତିଶୃତି ରାଜନେତାମାନେ ଦେଇଥିଲେ । ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ତାହା ପାଣି ଫୋଟକା ଭଳି ମିଳେଇ ଯାଇଛି ବୋଲି କହିଛନ୍ତି ପ୍ରତିବାଦକାରୀ ।