ଓଡିଶା

odisha

ETV Bharat / state

ପ୍ରଶାସନର ପ୍ରସ୍ତୁତି, ଜିଲ୍ଲାପାଳଙ୍କ ବାତ୍ୟା ଅପଡେଟ୍

ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଧିକ ପଢନ୍ତୁ..

cyclone-update-collector-in-bhadrak
cyclone-update-collector-in-bhadrak

By

Published : May 18, 2020, 8:33 PM IST

ଭଦ୍ରକ: ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାହାଯ୍ୟ ଏବଂ ଉଦ୍ଧାର ପାାଇଁ ଏବଂ ଚାନ୍ଦବାଲି କୁ 2 ଟିNDRF ଟିମ ପଠାଇ ଦିଆଯାଇଥିବା ବେଳେ ଆଜି ବାସୁଦେବପୁର କୁ ଓଡ୍ରାଫ୍ଟ ର ଏକ ଟିମ କୁ ପଠାଯାଇଛି ।

ପ୍ରଶାସନର ପ୍ରସ୍ତୁତି, ଜିଲ୍ଲାପାଳଙ୍କ ବାତ୍ୟା ଅପଡେଟ

ସେହିଭଳି ଭଦ୍ରକ ହେଡକ୍ୱାଟର ରେ ଜରୁରୀକାଳୀନ ସେବା ଯୋଗାଇ ଦେବା ସକାଶେ ଗୋଟିଏ ଓଡ୍ରାଫ୍ଟ ଟିମ କୁ ରଖାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ନେସ୍କୋ ତରଫରୁ 5 ଟି କଟର ମେସିନ ଯୋଗାଇଦିଆଯାଇଛି । ଅବଶ୍ୟକସ୍ଥଳେ NDRF ଓ ଓଡ୍ରାଫ ବ୍ୟବହାର କରିବ ।

ପୋକଲୀନ ଓ ଜେସିବି ମେସିନ ମଧ୍ୟ ପ୍ରସ୍ତୁତ ରହିଛି । ପଶୁସମ୍ପଦ ପାଇଁ ଭେଟେନାରୀ ବିଭାଗର ଏକ କୁଇକ ରେସପନ୍ସ ଟିମ ବୁଲୁଛି । ଅଗ୍ନିଶମ ବାହିନୀର 7 ରି ଟିମ ପ୍ରସ୍ତୁତ ରହିଛି । ଆବଶ୍ୟକ ସ୍ଥଳେ NDRF ଓ ଓଡ୍ରାଫ ଯାଇନଥିବା ବ୍ଲକ କୁ ପଠାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details