ଭଦ୍ରକ:ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ଧୀରେ ଧୀରେ ଫିଟୁଛି ଗୁମର । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ଏବେ କ୍ରାଇମ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ ଟିମ । ଏଥିଲାଗି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଳାଶପୁରଠାରେ ପହଞ୍ଚିଛି ଟିମ । ଶର୍ମିଷ୍ଠା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି ।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଅନ୍ୟ 3 ଅଭିଯୁକ୍ତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପଳାଶପୁରରେ ଦେଖିବାକୁ ମିଳିନାହିଁ । ଘଟଣା ସ୍ଥଳରେ ଲୋକଙ୍କ ଗହଳି ଯୋଗୁଁ କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ କ୍ରାଇମବ୍ରାଞ୍ଚ ନାକେଦମ୍ ହୋଇପଡ଼ିଛି । ମାତ୍ର ଲୋକଙ୍କ ଗହଳି ବୃଦ୍ଧି ହେବାକୁ ଦୃଷ୍ଟିରେ ରଖି କ୍ରାଇମ୍ ସିନ୍ ରିକ୍ରିଏସନ ସ୍ଵଳ୍ପ ସମୟ ମଧ୍ୟରେ ସମାପ୍ତ କରିଛି କ୍ରାଇମବ୍ରାଞ୍ଚ । ପରେ ପଳାଶପୁରରୁ ଟିମ ଅଭିଯୁକ୍ତଙ୍କୁ ଧରି ଅନ୍ୟତ୍ର ଯାଇଥିବା ସୂଚନା ମିଳିଛି ।
Manas Murder Mystery: କ୍ରାଇମ ସିନ ରିକ୍ରିଏସନ ପାଇଁ ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଏହା ବି ପଢନ୍ତୁ- Manas Murder Case: ସ୍ପଟ୍ରେ ଶର୍ମିଷ୍ଠା, ଚାଲିଛି କ୍ରାଇମ ସିନ୍ ରିକ୍ରିଏସନ୍
Manas Murder Mystery: କ୍ରାଇମ ସିନ ରିକ୍ରିଏସନ ପାଇଁ ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ତେବେ ସୂଚନା ଥାଉ କି ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଓ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଅସଲି ଚିତ୍ର ।
ପ୍ରଥମେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିଥିଲା ପୋଲିସ । ଏଥିସହ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଚାନ୍ଦବାଲି ପୋଲିସ ମାର୍ଚ୍ଚ ମାସ 21 ତାରିଖ ଦିନ ଗିରଫ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଘଟଣାର ଗୁରୁତ୍ଵକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ