ଭଦ୍ରକ:ଏପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ମିଳିପାରିନାହିଁ କ୍ଷତିପୂରଣ । ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି କ୍ଷତିପୂରଣ ରାଶି ମିଳିନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ସିପିଆଇଏମ କମିଟି । ଏହାର ପ୍ରତିବାଦ କରି ସିପିଆଇଏମ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଦାବି ପୂରଣର ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିବା ଜଣାପଡିଛି ।
ହୋଇଥିବା ଅଭିଯୋଗ ଅନୁସାରେ ବାତ୍ୟା ୟସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତରେ ପ୍ରାୟ 100 ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ 1200 ଏକର ଚାଷ ଜମିରେ ଲୁଣା ପାଣି ମାଡି ଯାଇଛି। ଫଳରେ ଚଳିତ ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି।