ଓଡିଶା

odisha

By

Published : Oct 8, 2022, 2:06 PM IST

ETV Bharat / state

Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ଧାମନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପରୋକ୍ଷରେ ଆଗ୍ରହ ପ୍ରକାଶ କଲେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ (congress leader Ananta sethi)। କହିଲେ ନିଜେ ଲଢିବା ନୁହେଁ ବରଂ ଦଳକୁ ସଫଳତା ଦେବା ଜରୁରୀ । ଦଳ ମତେ ଚାହିଁଲେ ଆଲୋଚନା କରିବି । ଅଧିକ ପଢନ୍ତୁ

ଧାମନଗର ଉପନିର୍ବାଚନ: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ
ଧାମନଗର ଉପନିର୍ବାଚନ: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନଭେମ୍ବର 3 ତାରିଖରେ ହେବାକୁ ଯାଉଛି । ସମୟ ଯେତିକି ପାଖଉଛି, ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ତେବେ ଏହି ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପରୋକ୍ଷରେ ଆଗ୍ରହ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ (congress leader Ananta sethi)। ତାଙ୍କ ଝିଅ ମଧୁସ୍ମିତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ନିଜ ନାମକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଅନନ୍ତ କହିଛନ୍ତି, ସେ ସେଠାରୁ ପ୍ରତିନିଧିତ୍ବ କରିିଥିଲେ, ଲୋକଙ୍କ ସାଙ୍ଗରେ ରହିଥିଲେ । ଲୋକଙ୍କର ତାଙ୍କ ଠାରେ ଭରସା ରହିଛି, ତେଣୁ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି (Ananta sethi interested for Dhamnagar by poll)।

ଧାମନଗର ଉପନିର୍ବାଚନ: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ

ଅନନ୍ତ କହିଛନ୍ତି, "ମୋର ବିଶ୍ୱାସ ସେଠାରେ ଆମେ ଭଲ ଭାବରେ ଲଢି ପାରିବୁ । ମୋ ନାମ ଯଦି ଚର୍ଚ୍ଚା ହେଉଛି, ତେବେ ମୋ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ଅଛି । ମୁଁ ସେଠାରେ ଲୋକସଭା ସଦସ୍ୟ ଥିଲି । ସଂଗଠନ ପାଇଁ ମଧ୍ୟ କାର୍ଯ୍ୟ କରିଛି । ଲୋକଙ୍କ ସୁଖ ଦୁଃଖରେ ସହ ସହଭାଗୀ ଥିଲି । ତେଣୁ ମୋ ନାମ ଚର୍ଚ୍ଚା ହେବା ସ୍ବାଭାବିକ ।’’

ନିଜେ ନିର୍ବାଚନ ଲଢିବା ନେଇ ଲାଗି ରହିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ ନକରି ଅନନ୍ତ କହିଛନ୍ତି,‘‘ଦଳ ମୋତେ ଟିକେଟ ଦେବା ପାଇଁ ଚିନ୍ତା କଲେ, ମୁଁ ଦଳ ସହିତ ଆଲୋଚନା କରିବି ।’’ କଂଗ୍ରେସର ଏହି ବରିଷ୍ଠ ନେତା ଏହି ଉପନିର୍ବାଚନରେ ଲଢିପାରନ୍ତି ବୋଲି ଚର୍ଚ୍ଚା ବଢୁଛି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନ ଖାଲି ପଡିଛି । ନଭେମ୍ବର 3 ତାରିଖରେ ସେଠାରେ ଭୋଟ ଗ୍ରହଣ ହେବାକୁ ଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details