ଭଦ୍ରକ: ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ବାଚନୀ ରାଲି ଯାଉଥିବାବେଳେ ଏହି ବିବାଦ ହୋଇଥିଲା । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭଦ୍ରକରେ ଗୋଷ୍ଠୀ ସଙ୍ଘର୍ଷ, ଜଣେ ଆହତ
ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଠାରେ ଗୋଷ୍ଠୀସଙ୍ଘର୍ଷ । ଘଟଣାରେ ଜଣେ ଆହତ । ମେଡିକାଲରେ ଭର୍ତ୍ତି । ପୋଲିସର ତଦନ୍ତ ଆରମ୍ଭ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଆହତ ଯୁବକ ହେଲେ ପ୍ରଦୀପ ଦୀକ୍ଷିତ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ