ଭଦ୍ରକ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କ୍ରମରେ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକତ୍ସାଳୟ ପରିସରରେ ଜିଲ୍ଲାର 7 ଟି ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ(LMO, 6KL) ସଂରକ୍ଷଣ ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ଜିଲ୍ଲାରେ ମେଡିକାଲ ଅକ୍ସିଜେନ 833 LPMର ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା, ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ, ଧାମନଗର ବ୍ଳକ ଅନ୍ତର୍ଗତ ସୋହଡା ସ୍ବାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ, ଆରଡି ସ୍ବାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ, ଧୂଷୁରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରସୂତୀ ଗୃହର ସଂପ୍ରସାରଣ ଓ ମତୋ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରସୂତୀ ଗୃହର ସଂପ୍ରସାରଣ ପରି 7 ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ଭିଡିଓ କନ୍ସରେନସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।