ଓଡିଶା

odisha

ETV Bharat / state

ବିଜୟ ପରେ ବିଜୟ ଉତ୍ସବ ପାଳନ କଲେ ଚାନ୍ଦବାଲି ବିଧାୟକ

କ୍ରମାଗତ ଦ୍ବିତୀୟ ବିଜୟ ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିଜୟ ଉତ୍ସବ ପାଳନ । ଚାନ୍ଦବାଲିର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଚାନ୍ଦବାଲି ବାସୀଙ୍କୁ ଦେଲେ ପ୍ରତିଶୃତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : May 26, 2019, 4:44 AM IST

ଭଦ୍ରକ: କ୍ରମାଗତ ଦ୍ବିତୀୟ ଥର ପାଇଁ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବ୍ୟୋମକେଶ ରାୟ ବିଜୟୀ ହେବା ପରେ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବ୍ୟୋମକେଶ ଦ୍ବିତୀୟ ଇନିଂସ ଆରମ୍ଭ କରିବା ପୂର୍ବରୁ ଚାନ୍ଦବାଲିର ମା ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସମର୍ଥକଙ୍କ ଗହଣରେ ସହର ପରିକ୍ରମା କରିବା ପରେ ତାଙ୍କ ବାସଭବନରେ ଏକ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏଥିସହ ଚାନ୍ଦବାଲିର ଆରାଧ୍ୟ ଦେବୀ ମା କାଳୀଙ୍କ ଦର୍ଶନ କରିଛନ୍ତି ପୁନଃ ନିର୍ବାଚିତ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ବ୍ୟୋମକେଶ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ମନମୋହନ ସାମଲଙ୍କୁ ଆଠ ହଜାରରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଚାନ୍ଦବାଲିବାସୀ ତାଙ୍କୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ସେ । ଏଥିସହ ଚାନ୍ଦବାଲିର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଚାନ୍ଦବାଲି ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ବ୍ୟୋମକେଶ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details