ଭଦ୍ରକ: କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିବା ପରେ ବି ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାରିବାଟିଆ ଘାଟର ମନ୍ତେଇ ନଦୀରେ । 30ରୁ ଊର୍ଦ୍ଧ୍ବ ଲୋକଙ୍କ ସମେତ 8ଟି ମୋଟର ସାଇକେଲ ଏବଂ 6 ଟି ସାଇକେଲକୁ ନେଇ ଡଙ୍ଗାଟି ଯାଉଥିଲା । କୂଳର କିଛି ଦୂରରେ ଡଙ୍ଗାଟି ଓଲଟି ପଡିବାରୁ ଅଳ୍ପକେ ଏକ ବଡ ଦୁର୍ଘଟଣା ବଞ୍ଚିଯାଇଛନ୍ତି ସମସ୍ତେ । ଲୋକମାନେ ପହଁରି ପହଁରି କୂଳକୁ ଆସିବା ସହିତ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରା ଯାଇଥିବା ଜଣାପଡିଛି ।
ନଦୀରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 30ରୁ ଊର୍ଦ୍ଧ୍ଵ ଯାତ୍ରୀ - 30 people
ଭଦ୍ରକ ଚାରିବାଟିଆ ଘାଟର ମନ୍ତେଇ ନଦୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ତେବେ ସୂଚନାନୁଯାୟୀ ତିହିଡି ପଞ୍ଚାୟତର କିଛି ଲୋକ ଏକ ବାହାଘର ଲଗ୍ନ ଧରିବାକୁ ବାଲିମେଦ ପଞ୍ଚାୟତ ଅର୍ନ୍ତଗତ ଦାମୋଦରପୁରକୁ ମନ୍ତେଇ ନଦୀରେ ଡଙ୍ଗା ଦ୍ୱାରା ପାର ହେଉଥିଲେ । କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ଜଣାପଡିଛି । ତେବେ ଏହି ଅଞ୍ଚଳରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ