ଓଡିଶା

odisha

ETV Bharat / state

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଗଣଧାରଣା - ଅଘୋଷିତ ବିଦ୍ୟୁତ କାଟ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଣଧାରଣା । ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଥିସହିତ ବିଦ୍ୟୁତ ମରାମତି ହେଉ ବା ନୂତନ ଗ୍ରାହକ କନେକ୍ସନ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛି ବିଜେପି ।

illegal-electri-cut
illegal-electri-cut

By

Published : Jan 9, 2020, 10:30 PM IST

ଭଦ୍ରକ: ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହ ନେସ୍କୋର ମନମାନି ବିରୁଦ୍ଧରେ ବାସୁଦେବପୁର ନେସ୍କୋ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟି ତରଫରୁ ଗଣଧାରଣା । ମରାମତି ଆଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏଥିସହିତ ବିଦ୍ୟୁତ ମରାମତି ହେଉ ବା ନୂତନ ଗ୍ରାହକ କନେକ୍ସନ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରାଯାଉଥିବା ଅଭିଯୋଗ କରିଛି ବିଜେପି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେପି ।

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଗଣଧାରଣା

ଦଳର ବରିଷ୍ଠ ନେତା ମାଧବାନନ୍ଦ ମଲିକଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ । ବାସୁଦେବପୁର ବଜାର ମଧ୍ୟ ଦେଇ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ଲାଇନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିବା ସହିତ ରାଜନୈତିକ ଆକ୍ରୋଶ ରଖି ବିଦ୍ୟୁତ କରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆଇପିଡ଼ିଏସ ଓ ସୌଭାଗ୍ୟ ଯୋଜନାକୁ କେତେକ ନିଦ୍ଧିଷ୍ଟ ଅଞ୍ଚଳକୁ କାର୍ଯ୍ୟକାରୀ କରାଯାଉନଥିବାରୁ ଉପଭୋକ୍ତାମାନେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ଏହାର ତୁରନ୍ତ ସମାଧାନ ଦାବିରେ ବାସୁଦେବପୁର ବିଜେପି ନେସ୍କୋ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛି । ଖବର ପାଇ ଘଟଣା ସ୍ଥଳକୁ ବାସୁଦେବପୁର ଏସଡ଼ିଓ ବିପ୍ରେସ କୁମାର, ଧାମରା ଏସଡ଼ିଓ ଅଶୋକ ମଲିକ ପହଁଚି କଥାବାର୍ତ୍ତା କରିଥିଲେ ଓ ଖୁବ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହେଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details