ଓଡିଶା

odisha

ETV Bharat / state

ଫସଲ ବୀମା ଅର୍ଥ ପାଇବାରୁ ବଞ୍ଚିତ ଚାଷୀ, କୃଷି ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି - bhadrak district news

ଚାନ୍ଦବାଲିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ବିଭାଗ କାର୍ଯ୍ୟାଳୟ ଘେରାଉ । କୃଷି ବୀମା ପ୍ରସଙ୍ଗରେ ଘେରିଲା ଦଳ । ତୁରନ୍ତ ପ୍ରାପ୍ୟ ରାଶି ଯୋଗାଇବା ପାଇଁ ଦାବି । ଅଧିକ ପଢନ୍ତୁ...

ଫସଲ ବିମା ଅର୍ଥ ପାଇବାରୁ ବଞ୍ଚିତ ଚାଷୀ, କୃଷି ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି
ଫସଲ ବିମା ଅର୍ଥ ପାଇବାରୁ ବଞ୍ଚିତ ଚାଷୀ, କୃଷି ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି

By

Published : Jun 29, 2021, 7:08 PM IST

ଭଦ୍ରକ :ଚାନ୍ଦବାଲିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ବିଭାଗ କାର୍ଯ୍ୟାଳୟ ଘେରାଉ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯୋଗ୍ୟ ଚାଷୀଙ୍କ ନିକଟରେ ବୀମା ଅର୍ଥ ପହଞ୍ଚିବା ବିଳମ୍ବ ନେଇ ବିଜେପି କୃଷକ ମୋର୍ଚ୍ଚା ନେତୃତ୍ବରେ ଚାଷୀମାନେ ଚାନ୍ଦବାଲି କୃଷି ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ଫସଲ ବିମା ଅର୍ଥ ପାଇବାରୁ ବଞ୍ଚିତ ଚାଷୀ, କୃଷି ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି

ଅଭିଯୋଗ ଅନୁସାରେ ଚଳିତ ବର୍ଷ ନାଲଗୁଣ୍ଡା, ଘଟପୁର, ମାଧପୁର ଓ ଖେରଙ୍ଗ ଆଦି ପଞ୍ଚାୟତର ଚାଷୀମାନେ ଫସଲ ବୀମା ପାଇନାହାନ୍ତି । ନାଗଲୁଣ୍ଡାରେ ଅବସ୍ଥାପିତ ୟୁନାଇଟେଡ ବ୍ୟାଙ୍କର (ଆଇଏଫସି) କୋଡ଼ ପରିବର୍ତ୍ତନ ପାଇଁ 3 ହଜାର ଚାଷୀ 2 ମାସ ହେବ ବୀମାରାଶି ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଅନ୍ୟ ବ୍ୟାଙ୍କମାନଙ୍କରେ ଚାଷୀମାନେ 2 ମାସ ପୂର୍ବରୁ ବୀମାରାଶି ପାଇଥିବାବେଳେ ନାଗଲୁଣ୍ଡାରେ ୟୁନାଇଟେଡ ବ୍ୟାଙ୍କର ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । କୋରୋନା ମହାମାରୀ ସମୟରେ ଚାଷୀ ଆର୍ଥିକ ସଙ୍କଟରେ ଗତି କରୁଥିବାବେଳେ ବୀମା କମ୍ପାନୀ ଓ କୃଷି ବିଭାଗ ଅଧିକାରୀ ଚାଷୀଙ୍କୁ ଧରାଛୁଆଁ ଦେଉନାହାଁନ୍ତି ।

ଏହାର ପ୍ରତିବାଦ କରି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି କୃଷି ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ। କୃଷି ବିଭାଗ ଅଧିକାରୀ ଚାଷୀମାନଙ୍କ ଦାବିକୁ ଗ୍ରହଣ କରି ଜିଲ୍ଲା କୃଷି ବିଭାଗ ଅଧିକାରୀ ଓ ବୀମା କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ କୃଷକମାନଙ୍କ ବୀମାରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଜେପି କର୍ମୀମାନେ ଆନ୍ଦୋଳନରୁ ଓହରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର ,ଇଟିଭି ଭାରତ

ABOUT THE AUTHOR

...view details