ଭଦ୍ରକ: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନୀଳିମା ରାୟଙ୍କ ବିୟୋଗ ହୋଇଛି । ରବିବାର ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ କିଛି ଦିନ ତଳେ ନୀଳିମାଙ୍କ ଏକ ଅସ୍ତ୍ରୋପଚାର କରାଯାଇଥିଲା ।
ଏହାପରେ ସେ ସୁସ୍ଥ ଥିଲେ। ହେଲେ ହଠାତ ପୁଣିଥରେ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅବନତି ଘଟି ସଙ୍କଟାପନ୍ନ ହୋଇଯାଇଥିଲେ । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ନିଳିମାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିନଥିଲା । ରବିବାର ତାଙ୍କର ମୃତ୍ୟୁ ଘଟିଛି ।