ଓଡିଶା

odisha

ETV Bharat / state

'ଫନି' ମୁକାବିଲା: ଭଦ୍ରକରୁ ହଟିବ ହୋର୍ଡିଂ

'ଫନି' ମୁକାବିଲା ତଥା ଏଥିରୁ ଧନଜୀବନ ରକ୍ଷା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଡାକବାଜି ଯନ୍ତ୍ର ସହାୟତାରେ ସତର୍କ ସୂଚନା ଦିଆଯାଉଛି । ଜିଲ୍ଲାରେ ପବନ ପ୍ରବାହ ଅତ୍ୟଧିକ ଥିବାରୁ ବଜାରରେ ଥିବା ସାଇନ ବୋର୍ଡ ଓ ହୋର୍ଡିଂ ଗୁଡିକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

By

Published : May 2, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଅତି ଭୀଷଣ ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଓଡିଶା ଆଡକୁ ତୀବ୍ର ରୂପ ନେଇ ମାଡି ଆସୁଛି । ସାମୁଦ୍ରିକ ଝଡ଼ 'ଫନି' ଆହୁରି ଭୟଙ୍କର ରୂପ ଧାରଣ କରିଛି। ଘଣ୍ଟା ପ୍ରତି 17 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି । ବାତ୍ୟା ‘ଫନି’କୁ ନେଇ ଉପକୂଳ ଜିଲ୍ଲାରେ ଭୟର ବାତାବରଣ । 'ଫନି' ମୁକାବିଲା ତଥା ଏଥିରୁ ଧନଜୀବନକୁ ରକ୍ଷା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଡାକବାଜି ଯନ୍ତ୍ର ସହାୟତାରେ ସତର୍କ ସୂଚନା ଦିଆଯାଉଛି । ଜିଲ୍ଲାରେ ପବନ ପ୍ରବାହ ଅତ୍ୟଧିକ ଥିବାରୁ ବଜାରରେ ଥିବା ସାଇନ ବୋର୍ଡ ଓ ହୋର୍ଡିଂ ଗୁଡିକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଗୁରୁବାର ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ଯୋଗେ ଭଦ୍ରକ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡ଼ିଂ ଏବଂ ସାଇନ ବୋର୍ଡ଼ ଗୁଡିକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଭଦ୍ରକରେ 200 ମିଲିମିଟରରୁ ଊର୍ଦ୍ଧ୍ବ ବର୍ଷା ହୋଇପାରେ । ଏଥିଯୋଗୁଁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଡ୍ରେନ ଗୁଡିକ ଉପରେ ଥିବା କ୍ୟାବିନ୍‌ ଗୁଡିକ ମଧ୍ୟ ତୁରନ୍ତ ହଟାଇବା ପାଇଁ ପ୍ରଚାର ଯୋଗେ ନିର୍ଦ୍ଦେଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଏଥିରେ ଖିଲାପ ହେଲେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details