ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ପୁଲିସ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଚାରିଜଣ ଦଲାଲ ଗିରଫ କରିଛି ଟାଉନ ପୋଲିସ । ଭଦ୍ରକ ଟାଉନ ଥାନା ପୁଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦ୍ଦେର୍ଶ ମୁତାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢାଉ କରାଯାଇଛି ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ 4 ଦଲାଲ ଗିରଫ
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟାଉନ ଥାନା ଚଢାଉକରି 4 ଦଲାଲ ଗିରଫ କରିଛି । ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମରେ ନେବା ପାଇଁ ପ୍ରବର୍ତ୍ତାଇବା ଓ ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ରହିଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଏସଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ବରେ ଅଚାନକ ଚଢାଇ କରାଯାଇଛି ।
ଗିରଫ ଦଲାଲ ମାନେ ରୋଗୀ ମାନଙ୍କୁ ବିଭିନ୍ନ ବେସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ହୋଇଛି । ମୋ ସରକାର ଯୋଜନାରେ ରୋଗୀ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ ରେ ଏହି ଗିରଫ ଦାରି ହୋଇଥିବା ସୂଚନା ଦେଇଛନ୍ତି SDPO ଜଳନ୍ଧର ଜାଲି । ଗିରଫ ଦଲାଲ ମାନେ ହେଲେ ଅନନ୍ତ ନାୟକ, ବାବାଜୀ ନାୟକ, ହିମାଂଶୁ ନାୟକ ଏବଂ ପ୍ରଭାତ ସାହୁ ବୋଲି ସୂଚନା ମିଳିଛି । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ