ଓଡିଶା

odisha

By

Published : Aug 3, 2020, 12:28 PM IST

ETV Bharat / state

ପ୍ରଶାସନର ମୁଖ୍ୟ ଚିନ୍ତା ପାଲଟିଛି ସ୍ଥାନୀୟ ସଂକ୍ରମଣ

ସୋମବାର ଜିଲ୍ଲାରୁ 25 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି। ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

corona
ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ସ୍ଥାନୀୟ ସଂକ୍ରମଣ

ଭଦ୍ରକ: ପୁଣି ଭଦ୍ରକରୁ 23 ସ୍ଥାନୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ଜିଲ୍ଲାରୁ 25 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି। ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ସ୍ଥାନୀୟ ସଂକ୍ରମଣ

ଯାହାକି ଆଗାମୀ ଦିନରେ ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖବର ଅନୁଯାୟୀ ସୋମବାର ଚିହ୍ନଟ 25 ଆକ୍ରାନ୍ତଙ୍କ ମଧ୍ୟରୁ ସଂକ୍ରମଣ 23 ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ 2 ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ସ୍ଥାନୀୟ ସଂକ୍ରମଣ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 677ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 565 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 110 ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ଏବେସୁଦ୍ଧା ଜିଲ୍ଲାରୁ ମୋଟ 19626ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details