ଓଡିଶା

odisha

ETV Bharat / state

ଭଦ୍ରକରେ ପବିତ୍ର ଇଦ: ଇଦଘାରେ ଏକାଠି ହେଲେ ଦଶହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ - fervor

ପବିତ୍ର ଇଦୁଲ ଫିତରରେ କମ୍ପୁଛି ସର୍ବଧର୍ମାବଲମ୍ବୀର ସହର ଭଦ୍ରକ । କୁଆଁସସ୍ଥିତ ଇଦଘା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭଦ୍ରକ

By

Published : Jun 5, 2019, 2:26 PM IST


ଭଦ୍ରକ: ଆଜି ପବିତ୍ର ଇଦୁଲ ଫିତର । ତ୍ୟାଗ ଓ ସମର୍ପଣର ପର୍ବ । ‘ଆଲ୍ଲା ହୋ ଆକବର’ ଶବ୍ଦରେ କମ୍ପୁଛି ଭଦ୍ରକର କୁଆଁସସ୍ଥିତ ଇଦଘା । ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ଆୟୋଜିତ ଏହି ଆଡମ୍ବରପୂର୍ଣ୍ଣ ସମାରୋହରେ ଦଶ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । କୋରାନ ପାଠ ସାଙ୍ଗକୁ ଜମିଛି ସମୂହ ନମାଜ ପାଠର ମାହୋଲ । ଶେଷରେ ସବୁ କିଛି ଭୁଲିଯାଇ ପରସ୍ପରକୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭଦ୍ରକ

ତେବେ ଇଦ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 5 ଜଣ ଡିଏସପି, 2 ଜଣ ଇନ୍ସପେକ୍ଟର, 35 ଜଣ ଏସଆଇ / ଏଏସଆଇ ସମେତ 15 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଦଘା ବ୍ୟତୀତ ଭଦ୍ରକର ଅନ୍ୟ ମସଜିଦରେ ମଧ୍ୟ ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି । ମୋଟା ମୋଟି ଭାବେ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ବା ଇଦୁଲ ଫିତର ପାଳନ ହେଉଛି । ତେବେ ଇଦ ପାଳନର ପରମ୍ପରା ଭଦ୍ରକରେ ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details