ଓଡିଶା

odisha

ETV Bharat / state

ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତା ଅବରୋଧ

ଭଦ୍ରକ ଜିଲ୍ଲା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ। ଅଧିକ ପଢନ୍ତୁ...

By

Published : Feb 12, 2021, 12:45 PM IST

ଚାଷୀଙ୍କ ରାସ୍ତା ଅବରୋଧ
ଚାଷୀଙ୍କ ରାସ୍ତା ଅବରୋଧ

ଭଦ୍ରକ:ରାଜ୍ୟରେ ଅନେକ ଜିଲ୍ଲାର ମଣ୍ଡିରେ ଲାଗି ରହିଛି ସମସ୍ୟା । ଧାନ ବିକ୍ରି କରିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଧାନ ବିକ୍ରି ନ କରି ପାରି ଖରା ଶୀତରେ ନିଜର ବସ୍ତାବସ୍ତା ଧାନକୁ ଜଗି ରହିଛି ଚାଷୀ । ଭଦ୍ରକ ଜିଲ୍ଲା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ।

ଚାଷୀଙ୍କ ରାସ୍ତା ଅବରୋଧ

ଜିଲ୍ଲା ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ ବିକ୍ରି କରିବାକୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଟୋକନର ତାରିଖ ଅନୁସାରେ ଧାନ ବିକ୍ରି କରି ପାରୁନି ଚାଷୀ । କିଲୋ ପିଛା ଧାନରେ କଟନୀ ଛଟନୀ ମଧ୍ୟ କରାଯାଉଛି ।

ମଣ୍ଡିରେ ହଲାଲଙ୍କ ଦାଦାଗିରି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ହାତରେ ଟୋକନ ଥାଇ ବି ଧାନ ବିକ୍ରି କରିପାରୁନି ଚାଷୀ । ଏହାର ଅଭିଯୋଗ କରି ଆଜି ରାସ୍ତାରେ ଧାନ ରଖି ଭଦ୍ରକ ଆନନ୍ଦପୁର 53 ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ। ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ରାସ୍ତାରେ ଗାଡି ଅଟକି ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details