ଓଡିଶା

odisha

ETV Bharat / state

ସମୟରେ ସ୍କୁଲ ଆସୁନାହାଁନ୍ତି 23 ଶିକ୍ଷକ, କାରଣ ଦର୍ଶାଅ ନୋଟିସ ଜାରି କଲେ BEO - ଧାମନଗର ବିଇଓ

ଦାୟିତ୍ବରେ ଅବହେଳା ଅଭିଯୋଗରେ 23 ଶିକ୍ଷକ ଏବଂ 4 ସିଆରିସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷା ଅଧିକାରୀ (BEO) । ଅଧିକ ପଢନ୍ତୁ...

23 ଶିକ୍ଷକଙ୍କ ସହ 4 ସିଆରିସିସିଙ୍କୁ BEO ଙ୍କ  କାରଣ ଦର୍ଶାଅ ନୋଟିସ
23 ଶିକ୍ଷକଙ୍କ ସହ 4 ସିଆରିସିସିଙ୍କୁ BEO ଙ୍କ କାରଣ ଦର୍ଶାଅ ନୋଟିସ

By

Published : Oct 29, 2021, 2:52 PM IST

ଭଦ୍ରକ: ମହଙ୍ଗା ପଡିଲା ଦାୟିତ୍ଵରେ ଅବହେଳା । 23 ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ 4 ସିଆରିସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବ୍ଲକ ଶିକ୍ଷା ଅଧିକାରୀ (BEO) ।

23 ଶିକ୍ଷକଙ୍କ ସହ 4 ସିଆରିସିସିଙ୍କୁ BEO ଙ୍କ କାରଣ ଦର୍ଶାଅ ନୋଟିସ

ଖବର ଅନୁଯାୟୀ କୋରୋନା କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟଗୁଡିକ 18 ମାସ ହେଲା ବନ୍ଦ ଥିଲା । ଗତ 25 ତାରିଖ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଖୋଲିଥିଲା । ବିଦ୍ୟାଳୟରେ ଛାତ୍ରଛାତ୍ରୀ କିପରି କୋରୋନା କଟକଣା ପାଳନ କରି ଅଧ୍ୟୟନ କରୁଛନ୍ତି ସେନେଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ପିତାମ୍ବର ବାରିକ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବାବେଳେ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ସହ ସିଆରିସିସିଙ୍କ ମଧ୍ୟ ଅନୁପସ୍ଥିତି ଦେଖିବାକୁ ପାଇଥିଲେ ।

ଫଳରେ 23 ଜଣ ଶିକ୍ଷକ ଏବଂ 4 ଜଣ ଏସଆରସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରିକରିଛନ୍ତି । ସେହିପରି ବ୍ଲକର ବିଭିନ୍ନ ବିଦ୍ୟାଳୟର 7 ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ କରି ଥିବାବେଳେ 16 ଜଣ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ଦିନ 9 ଟାରେ ବିଦ୍ୟାଳୟ ଖୋଲା ହେବା ସହ ଦିନ 12.30ଟା ପର୍ଯ୍ୟନ୍ତ ପଢାଯିବା ନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ମାତ୍ର ଏହି ସମସ୍ତ ଶିକ୍ଷକ ଦିନ 11 ପର୍ଯ୍ୟନ୍ତ ସ୍କୁଲରେ ଅନୁପସ୍ଥିତ ଥିବାରୁ ଶିକ୍ଷା ଅଧିକାରୀ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details