ଓଡିଶା

odisha

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

By

Published : Dec 6, 2022, 4:50 PM IST

ଚାକିରୀରୁ ନିଲମ୍ବିତ ହେଲ ଭଦ୍ରକ ବଣିଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ । ଆରସା ହାଇସ୍କୁଲରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଚାକିରୀରୁ ହେଲେ ନିଲମ୍ବିତ । ଅଧିକ ପଢନ୍ତୁ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ଭଦ୍ରକ: ଶିକ୍ଷକଙ୍କୁ ମହଙ୍ଗା ପଡିଲା ସରକାରୀ ଅର୍ଥ ଆତ୍ମସାତ କରିବା । ଚାକିରୀରୁ ନିଲମ୍ବିତ ହେଲେ ଭଦ୍ରକ ବଣିଆଁ ହାଇସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ । ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏହା ସ୍ପଷ୍ଟ ହୋଇଛି । ରାଜ୍ୟ ଗଣଶିକ୍ଷା କାର୍ଯ୍ୟାଳୟ ପତ୍ର ସଂଖ୍ୟା IPR/SME(OD)/939/ 05-12-2022 ତାରିଖ ରାତି ପ୍ରାୟ 9 ଘଟିକାରେ ଏହି ଆଦେଶ ପ୍ରକାଶ ପାଇଛି ।

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ପୂର୍ବରୁ ଆରସା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ବେଳେ ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଗତକାଲି ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଲକ୍ଷ୍ମୀଧରଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନରେ ଲକ୍ଷ୍ମୀଧରଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି ।

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ମୀଧର ମଲ୍ଲିକ ପୂର୍ବରୁ ଆରସା ହାଇସ୍କୁଲରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ପ୍ରକାର ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ଅଭିଯୋଗର ତଦନ୍ତ ହୋଇଥିଲା । ଶେଷରେ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ଉକ୍ତ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ଥିବାନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details