ଓଡିଶା

odisha

By

Published : Nov 3, 2019, 1:55 PM IST

ETV Bharat / state

ନିର୍ଧୁମ ଛେଚା ଖାଇଲେ ଭଦ୍ରକର ଭଣ୍ଡବାବା

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଭଣ୍ଡବାବା ନିଃସନ୍ତାନ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିର୍ଧୁମ ଛେଚିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭଣ୍ଡବାବାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଭଣ୍ଡ ବାବାଙ୍କୁ ନିସ୍ତୁକ ମାଡ। ଭଦ୍ରକ ଜିଲ୍ଲା ଚୂଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ଆଡିଆ ଗ୍ରାମରେ ବାବଙ୍କୁ ନିସ୍ତୁକ ମାଡ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଭଣ୍ଡବାବକୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ସୂଚନା ଅନୁଯାୟୀ ଭଣ୍ଡବାବା ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଃସନ୍ତାନ ଥିବାରୁ ସନ୍ତାନଟିଏ ପାଇବା ପାଇଁ ବାବାଙ୍କ କଥାରେ ବିଶ୍ବାସ କରିଥିଲେ। ବାବାଙ୍କ କଥା ଅନୁଯାୟୀ ମହିଳା ଜଣକ ପୂଜା ସାମଗ୍ରୀ କିଣି ରାତିରେ ଖୋଲା ପଡିଆରେ ପୂଜାରେ ବସିଥିଲେ। ପୂଜାରେ ବସିଥିବା ସମୟରେ ମହିଳାଙ୍କୁ ବାବା ଅସଦାଚରଣ କରିଥିଲେ । ଫଳରେ ମହିଳା ଜଣକ ଜୋର ପାଟିରେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଚିତ୍କାର ଶୁଣି ବାବାଙ୍କୁ ଧରି ନିସ୍ତୁକ ଛେଚିଥିବା ଜଣାପଡିଛି।

ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାବା ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲା । ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ବାବା ଜଣଙ୍କ ହେଲେ ସ୍ଥାନିୟ କୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ବୋହୁମାଘେରି ଗ୍ରାମର ଗୌରହରି ତଳା ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details