ଭଦ୍ରକ: ଟ୍ରକକୁ ପିଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ଚରମ୍ପା ଠାରେ ଶନିବାର ଏକ ଟ୍ରକକୁ ପଛ ପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଛି । ତେବେ ଭାଗ୍ୟବଶତଃ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ଦୁର୍ଘଟଣା ପରେ ଚାଳକ ଚମ୍ପଟ
ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ବାଲେଶ୍ବରରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...
ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ଦୁର୍ଘଟଣା ପରେ ଚାଳକ ଚମ୍ପଟ
ସୂଚନା ଅନୁଯାୟୀ, ବାଲେଶ୍ବରରୁ ରୋଗୀ ନେଇ ଆମ୍ବୁଲାନ୍ସଟି କଟକ ଯାଉଥିଲା । ଚରମ୍ପା ନିକଟରେ ଏକ ଟ୍ରକ ଯାଉଥିବା ସମୟରେ ହଠାତ୍ ବ୍ରେକ ମାରିବାରୁ ପଛରୁ ଯାଉଥିବା ଏହି ଆମ୍ବୁଲାନ୍ସଟି ଟ୍ରକ ସହ ପିଟି ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭର ସମେତ 5 ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳକୁ ଆମ୍ବୁଲାନ୍ସ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Dec 19, 2020, 5:32 PM IST