ଭଦ୍ରକ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ଚଳିତ ମାସ ୨ ତାରିଖରେ ଗଣଧାରଣା ଦେଇଥିଲା ବିଜେପି । ତେବେ ଏହି ସମୟରେ ଶାସକ ଦଳର କିଛି ଅସାମାଜିକ ଲୋକ ଦଳକୁ ବଦନାମ କରିବା ପାଇଁ ସରକାରୀ ଆସବାବପତ୍ର ଭାଙ୍ଗିଥିବା ହୋଇଛି ଅଭିଯୋଗ । ଆଜି(ଗୁରୁବାର) ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଲ୍ଲାର ତିହିଡ଼ି ବ୍ଲକରେ ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ଅଗଷ୍ଟ ୨ରେ ଏକ ଗଣଧାରଣାର ଡାକରା ଦେଇଥିଲା ବିଜେପି । ବ୍ଲକରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, NREGS ପ୍ରଭୃତି ଜନ କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଗଣଧାରଣା ଦିଆଯାଇଥିଲା । ତେବେ ଏହି ସମୟରେ ବ୍ଲକରେ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବିଜେପି କହିଛି ।