ଓଡିଶା

odisha

By

Published : Mar 30, 2023, 9:11 PM IST

ETV Bharat / state

ଭଦ୍ରକରେ ଧୁମଧାମରେ ପାଳିତ ହେଲା ରମ ନବମୀ, ସୁରକ୍ଷା ବ୍ଯବସ୍ଥାରେ 35 ପ୍ଲାଟୁନ ପୋଲିସ ଫୋର୍ସ

ଜାତି, ଧର୍ମ, ନିର୍ବିଶେଷରେ ରାମ ନବମୀ ପାଳିଛନ୍ତି ଭଦ୍ରକବାସୀ । 100 ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା । 35 ପ୍ଲାଟୁନ ପୋଲିସ ଫୋର୍ସ ଭଦ୍ରକରେ ନିୟୋଜିତ ହୋଇଥିଲେ । ଅଧିକ ପଢ଼ନ୍ତୁ

ଜାତି, ଧର୍ମ, ନିର୍ବିଶେଷରେ ରାମ ନବମୀ ପାଳିଛନ୍ତି ଭଦ୍ରକବାସୀ
ଜାତି, ଧର୍ମ, ନିର୍ବିଶେଷରେ ରାମ ନବମୀ ପାଳିଛନ୍ତି ଭଦ୍ରକବାସୀ

ଜାତି, ଧର୍ମ, ନିର୍ବିଶେଷରେ ରାମ ନବମୀ ପାଳିଛନ୍ତି ଭଦ୍ରକବାସୀ

ଭଦ୍ରକ: ରାମ ନବମୀ ଅବସରରେ ଉତ୍ସବମୁଖର ହୋଇଉଠିଛି ଭାଇଚାରାର ସହର ଭଦ୍ରକ । ଜାତି, ଧର୍ମ, ନିର୍ବିଶେଷରେ ଏକାଠି ହୋଇଛନ୍ତି ସହରବାସୀ । କାରଣ ସହରରେ ବେଶ ଧୁମଧାମରେ ପାଳିତ ହେଉଛି ରାମନବମୀ ପୂଜା । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବର ଆଜି ଶେଷ ଦିନ । ଏହି ଅବସରରେ ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରୁଛି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦୀର୍ଘ ବର୍ଷ ଧରି ପାଳନ କରାଯାଉଥିବା ରାମନବମୀ ପୂଜା ଉତ୍ସବ ଭଦ୍ରକରେ ଏକ ଗଣପର୍ବରେ ପରିଣତ ହୋଇଛି । ଆବାଳ ବୃଦ୍ଧବନିତା ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବକୁ ପାଳନ କରିଛନ୍ତି । ସାତ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ପ୍ରଥମେ ମହିଳାମାନେ ସାଳନ୍ଦୀ ନଦୀରୁ ଜଳ ଆଣି ଗାନ୍ଧୀ ପଡିଆରେ ଘଟ ସ୍ଥାପନ କରନ୍ତି । ପରେ ଆରମ୍ଭ ହୁଏ ଅଖଣ୍ଡ ମହାଯଜ୍ଞ । ଏହାସହ ରାମନବମୀ ଦିନ ପୂର୍ଣ୍ଣାହୁତି ହୁଏ । ଏହାପରେ ଆରମ୍ଭ ହୁଏ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା।

ଏହି କ୍ରମରେ ଆଜି ନେହେରୁ ଷ୍ଟାଡିୟମରୁ ଏହି ନଗର ସଙ୍କୀର୍ତ୍ତନ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ 100ରୁ ଊର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରୁଛନ୍ତି । ଏହି ନଗର ସଙ୍କୀର୍ତ୍ତନ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ । ନଗର ସଙ୍କୀର୍ତ୍ତନ ନେହେରୁ ଷ୍ଟାଡିୟମରୁ ବାହାରି କଚେରୀ ବଜାର, ରାଜଘାଟ, କୁଆଁସ, ଚନ୍ଦନ ବଜାର, ଶଙ୍କରପୁର, ଲାହାପଟି, ନଙ୍ଗା ମହଲା, ସନ୍ଥିଆ ଏବଂ ବଙ୍କସାହି ହୋଇ ଗାନ୍ଧୀ ପଡିଆରେ ପହଞ୍ଚିଥିଲା । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଇଜି ହିମାଂଶୁ ଲାଲ ଏବଂ ଭଦ୍ରକ ଏସପି ବରୁଣ ଗୁଣ୍ଟପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଗର ସଂକୀର୍ତ୍ତନ ରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇଟି ଏଏସପି ବାଟାଲିୟନ , 12 ଜଣ ଡିଏସପି, 25 ଜଣ ଇନ୍ସପେକ୍ଟର, 100ରୁ ଅଧିକ ଏଏସଆଇ ଏବଂ 35 ପ୍ଲାଟୁନ ପୋଲିସ ଫୋର୍ସ ଭଦ୍ରକରେ ନିୟୋଜିତ ହୋଇଥିଲେ । ଏଥିସହ ସହରରେ ବିଭିନ୍ନ ସ୍ଥାନରେ 76ରୁ ଅଧିକ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିଲା ।

ଇଟିଭି ଭରତ, ଭଦ୍ରକ

ABOUT THE AUTHOR

...view details