ଭଦ୍ରକ: 18 ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଂଘ ବାସୁଦେବପୁର ଶାଖା ତରଫରୁ ବ୍ଲକ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କର ଦାବି ମଧ୍ୟରେ ମୁଖ୍ୟତଃ କାଳିଆ ଯୋଜନାରୁ ବାଦ ପଡିଥିବା ଚାଷୀଙ୍କୁ ଚିହ୍ନଟ କରି ତୁରନ୍ତ କାଳିଆ ସହାୟତା ପ୍ରଦାନ କରିବା ଦାବି କରିଛନ୍ତି ।
ଅଖିଳ ଭାରତ କୃଷକ ସଂଘର ପ୍ରତିବାଦ
ବାସୁଦେବପୁରରେ ଅଖିଳ ଭାରତ କୃଷକ ସଂଘ ପକ୍ଷରୁ 18 ଦଫା ଦାବି ନେଇ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି । କୃଷକଙ୍କର ସମସ୍ୟା କାଳିଆ ଯୋଜନା ଚାଷୀଙ୍କୁ ଚିହ୍ନଟ, ଚାଷୀଙ୍କୁ ପେନସନ, ଧାନର ମୂଲ୍ୟ ବୃଦ୍ଧି ଏମାନଙ୍କର ମୁଖ୍ୟ ଦାବି ରହିଛି ।
ବାସୁଦେବପୁରରେ ଶତାଧିକ କୃଷକମାନେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ବ୍ଲକ ପରିସରରେ ପହଞ୍ଚିଥିଲେ । ଏହା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ସେମାନଙ୍କର ଦାବି ମଧ୍ୟରେ ମୁଖ୍ୟତଃ କାଳିଆ ଯୋଜନାରୁ ବାଦ ପଡିଥିବା ଚାଷୀଙ୍କୁ ଚିହ୍ନଟ କରି ତୁରନ୍ତୁ କାଳିଆ ସହାୟତା ଯୋଗାଇବା ସହିତ କୃଷି ଋଣ ଛାଡ କରିବା, ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା, ଧାନ କୁଇଣ୍ଟାଲ ପିଛା 3 ହଜାର ଟଙ୍କା ଧାର୍ଯ୍ୟ କରିବା, ଚାଷୀ, ମୂଲିଆ ଓ ଗାଁ କାରିଗର ମାନଙ୍କୁ 60 ବର୍ଷ ବୟସରେ 3 ହଜାର ଟଙ୍କା ପେନସନ ପ୍ରଦାନ କରିବା ଭଳି 18 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଏ ସମସ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହିତ ଚାଷୀମାନେ ବ୍ଲକ କାର୍ଯ୍ୟାଳୟକୁ ଚାବି ପକାଇବେ ବୋଲି ଚେତାଵନୀ ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ