ଓଡିଶା

odisha

ETV Bharat / state

ଭଦ୍ରକରେ ପୁଣି ନାଗ ଆତଙ୍କ, ଘରୁ 30ରୁ ଊର୍ଦ୍ଧ୍ବ ନାଗ ସାପ ଛୁଆ ଉଦ୍ଧାର

ଘରୁ 30ରୁ ଊର୍ଦ୍ଧ୍ବ ନାଗ ସାପ ଛୁଆ ଉଦ୍ଧାର । ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକର ଅପର୍ତ୍ତିବିନ୍ଧା ଏଲଖା ଅଞ୍ଚଳରେ ।

By

Published : Jun 26, 2019, 12:18 PM IST

Updated : Jun 27, 2019, 12:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ । ବିଭିନ୍ନ ସ୍ଥାନରେ ସାପ ବାହାରିବା ବନ୍ଦ ହେବାର ନାଁ ଧରୁନାହିଁ । କିଛିଦିନ ତଳେ ଧାମନଗର, ନଳାଙ୍ଗ ଆଦି ଅଞ୍ଚଳରୁ ନାଗ ସାପ ଛୁଆ ଉଦ୍ଧାର ହୋଇଥିବାବେଳେ ଏବେ ପୁଣି ଭଦ୍ରକର ଅପର୍ତ୍ତିବିନ୍ଧା, ଏଲଖା ଅଞ୍ଚଳରେ ଅକ୍ଷୟ ବେହେରାଙ୍କ ଘରୁ 30ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ ପ୍ରଥମେ ଅକ୍ଷୟ ବେହେରା ତାଙ୍କ ଘର ଆଗରେ କିଛି ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ । ଏଥିପାଇଁ ଅକ୍ଷୟ ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ । ମିର୍ଜା ଘଟଣାସ୍ଥଳରେ ପହଞ୍ଚି ସାପ ଉଦ୍ଧାର କରିଥିଲେ । ପରେ ଘର ଭିତରେ ବିଭିନ୍ନ ସ୍ଥାନରୁ 30ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିବା ଜଣାପଡିଛି । ବାରମ୍ବାର ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 27, 2019, 12:16 PM IST

For All Latest Updates

ABOUT THE AUTHOR

...view details