ଓଡିଶା

odisha

ETV Bharat / state

ଧାନମଗରରୁ କୋରୋନା ଚିହ୍ନଟ ପରେ, 300 ନମୁନା ପରୀକ୍ଷା

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ଦିନକୁ ଦିନକୁ ବୃଦ୍ଧି ପାଉଛି । ଯାହାର ମୁଖ୍ୟ କାରଣ ପାଲଟିଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ଭଦ୍ରକ ଧାମନଗରେ 2 କୋରୋନା ରୋଗୀ ଚିହ୍ନଟ ପରେ ଚାଲିଛି ନମୁନା ସଂଗ୍ରହ। ସେପଟେ ଗ୍ରାଉଣ୍ଡରେ ସ୍ଥିତି ପରିଖିଲା ଇଟିଭି ଟିମ । ଅଧିକ ପଢନ୍ତୁ...

ଧାନମଗରରୁ କୋରୋନା ଚିହ୍ନଟ ପରେ, 300 ନମୁନା ପରୀକ୍ଷା
ଧାନମଗରରୁ କୋରୋନା ଚିହ୍ନଟ ପରେ, 300 ନମୁନା ପରୀକ୍ଷା

By

Published : Apr 26, 2020, 8:29 AM IST

Updated : Apr 26, 2020, 10:17 AM IST

ଭଦ୍ରକ: ପଶ୍ଚିମବଙ୍ଗ ଫେରନ୍ତା ଧାମନଗର ବ୍ଲକର 2 ଜଣ କୋରୋନା ଆକ୍ରାନ୍ତ । କୋରୋନା ଚିହ୍ନଟ ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ବାଧ୍ୟତାମୂଳକ ଭାବେ ରଖାଯାଇଛି । ଏହା ସହ ସେମାନଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମନଗର ବ୍ଲକରେ 3ଟି ନମୁନା ସଂଗ୍ରହ କେନ୍ଦ୍ର କରାଯାଇଛି ।

ଧାନମଗରରୁ କୋରୋନା ଚିହ୍ନଟ ପରେ, 300 ନମୁନା ପରୀକ୍ଷା

ଏହି ତିନୋଟି ନମୁନା ସଂଗ୍ରହ କେନ୍ଦ୍ରଗୁଡିକରେ ପାଖାପାଖି 300ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଅଞ୍ଚଳରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଛି । ଏ ସମସ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ ଓ କଡାକଡି କରିବାକୁ ଆଶା, ଅଙ୍ଗନବାଡି କର୍ମୀ, ଜନପ୍ରତିନିଧି ଓ ସ୍ବତନ୍ତ୍ର ମେଡିକାଲ ଟିମ ନିରବଚ୍ଛିନ୍ନ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଧାମନଗର ବ୍ଲକ ଅଞ୍ଚଳ ଅନ୍ତର୍ଗତ ଦୋବଲ ସ୍ଥିତ ନମୁନା କେନ୍ଦ୍ରରେ ବାସ୍ତବତା ପରଖି ଥିଲେ ଆମ ଇଟିଭି ର ପ୍ରତିନିଧି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 26, 2020, 10:17 AM IST

ABOUT THE AUTHOR

...view details