ଓଡିଶା

odisha

ETV Bharat / state

ଗଣ୍ଡପଡା ଗଣ୍ଡଗୋଳ ଘଟଣା, ସମାଧାନର ବାଟ ପାଉନି ପ୍ରଶାସନ

ଭଦ୍ରକ ଜିଲ୍ଲା ତିହିଡି ତହସିଲ ଗଣ୍ଡପଡା ଗଣ୍ଡଗୋଳ ଘଟଣାର ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ଶହ ଶହ ପଞ୍ଚାୟତବାସୀ ଏବଂ ଅନ୍ୟପଟେ ତହସିଲ କର୍ମଚାରୀ ବୃନ୍ଦ ସହିତ ଆରଆଇ ସଂଘ ।

By

Published : Oct 2, 2021, 8:43 AM IST

ଗଣ୍ଡପଡା ଗଣ୍ଡଗୋଳ ଘଟଣା, ସମାଧାନର ବାଟ ପାଉନି ପ୍ରଶାସନ
ଗଣ୍ଡପଡା ଗଣ୍ଡଗୋଳ ଘଟଣା, ସମାଧାନର ବାଟ ପାଉନି ପ୍ରଶାସନ

ଭଦ୍ରକ: ତିହିଡି ତହସିଲ ଗୁଆମାଳ ପଞ୍ଚାୟତ ଅଧିନ ଗଣ୍ଡପଡା-ଗଣେଶ୍ବରପୁର ଗ୍ରାମ୍ୟ ରାସ୍ତା ଜବର ଦଖଲ ଘଟଣା । ଏହାକୁ କେନ୍ଦ୍ରକରି ଗତ 16 ତାରିଖରେ ଘଟିଥିବା ଘଟଣା ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡ ବଥାର କାରଣ ସାଜିଛି । ଜବର ଦଖଲକାରୀଙ୍କ ପରିବାର ପକ୍ଷରୁ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗଣେଶ୍ବରପୁର ଗାଁର କେଶବ ସେନାପତି କଟକ ବଡ ଡାକ୍ତରଖାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଏନେଇ ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୋଳସାହି ଆରଆଇଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ଦାବି କରିଆସୁଛନ୍ତି । କିନ୍ତୁ ଫଳ ଶୂନ ।

ଗଣ୍ଡପଡା ଗଣ୍ଡଗୋଳ ଘଟଣା, ସମାଧାନର ବାଟ ପାଉନି ପ୍ରଶାସନ

ଅନ୍ୟପଟେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ତଥା ଘଣ୍ଟା ଘଣ୍ଟା ଅଟକ ହୋଇ ସଂପୃକ୍ତା ଆରଆଇ ମାନସିକ ତଥା ଶାରିରୀକ ନିର୍ଯ୍ୟାତନା ପାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ମାଡ ମାରି ଅଟକ ରଖିଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ତିହିଡି ତହସିଲ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ନ୍ୟାୟ ନିମିଳିବାରୁ ଶେଷରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ତିହିଡି ଶାଖା ଓଡିଶା ରାଜ୍ୟ ରାଜସ୍ବ ଅମଲା ସଂଘ, ତିହିଡି ଶାଖା ଓଡିଶା ରାଜ୍ୟ ଡିଇଓ ସଂଘ, ତିହିଡି ଶାଖା ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ କମଲ ଛାଡ ଆନ୍ଦୋଳନ କରିଥିଲେ । ପରେ ଉପଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ତିହିଡି ଆଇଆଇସିଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଉକ୍ତ କଲମ ଛାଡ ଆନ୍ଦୋଳନରୁ ନିବୃତ୍ତ ହେବା ସହିତ ସ୍ବାଭାବିକ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନାମୁତାବକ, ଗତ ୧୬ ତାରିଖରେ ବର୍ଷା ଜଳ ଜମାଟ ବାନ୍ଧିଥିବା ତଦନ୍ତ ବେଳେ ଦୋଳସାହି ଆରଆଇ ଇତିଶ୍ରୀ ଖଟୁଆଙ୍କୁ କେତକ ମହିଳା ଓ ପୁରୁଷ ଆକ୍ରମଣ କରିବା ସହିତ ତାଙ୍କୁ ଗ୍ରାମର ଅଷ୍ଟମ ପ୍ରହରୀ ଘରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ତିହିଡି ପୋଲିସ 33 ଜଣଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା 349/21 ରୁଜୁ କରିଛି । କିନ୍ତୁ ଏଯାବତ ସେମାନଙ୍କ ମଧ୍ୟରୁ କାହାକୁ ଗିରଫ କରାଯାଇ ନାହିଁ । ଅନ୍ୟପଟେ କେଶବ ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସଙ୍ଗୀନ ଦଫାରେ ଥାନାରେ 5 ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଆଉ ଏଥିରେ ଆରଆଇଙ୍କୁ ମଧ୍ୟ ଦାୟୀ କରାଯାଇଛି । କାରଣ କେଶବଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ଝିଅକୁ ସଂପୃକ୍ତା ଆରଆଇ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଗଲେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦୋଳସାହିଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏନେଇ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗୋଟିଏ ପଟେ ଶହ ଶହ ପଞ୍ଚାୟତବାସୀ ଏବଂ ଅନ୍ୟପଟେ ତହସିଲ କର୍ମଚାରୀବୃନ୍ଦ ସହିତ ଆରଆଇ ସଂଘ । ଉଭୟ ପକ୍ଷରୁ ଅଭିଯୋଗ ମୁତାବକ ଯାହାବି ପଦକ୍ଷେପ ନିଆଯିବ ନିଶ୍ଚୟ ଭାବେ ଅଡୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଏନେଇ ପୁଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details