ଓଡିଶା

odisha

By

Published : Aug 22, 2021, 8:25 PM IST

ETV Bharat / state

ତିହିଡି ବଜାରରେ ଜବରଦଖଲ ଉଚ୍ଛେଦ

ଭଦ୍ରକ ଜିଲ୍ଲାର ତିହିଡି ସଦର ବଜାରସ୍ଥିତ ଜବରଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସକୁ ମାନି ଶେଷରେ ଦୋକାନ ଗୁଡିକୁ ମେସିନ ଲଗାଇ ଭାଙ୍ଗି ଦେଲା ପ୍ରଶାସନ । ଅଧିକ ପଢନ୍ତୁ...

ଡାକ୍ତରଖାନା ସାମ୍ନା ହେଲା ଉଚ୍ଛେଦ
ଡାକ୍ତରଖାନା ସାମ୍ନା ହେଲା ଉଚ୍ଛେଦ

ଭଦ୍ରକ: ଜିଲ୍ଲାର ତିହିଡି ସଦର ବଜାରସ୍ଥିତ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୋଟିସକୁ ମାନି ଶେଷରେ ଦୋକାନ ଗୁଡିକୁ ମେସିନ ଲଗାଇ ଭାଙ୍ଗି ଦେଲା ପ୍ରଶାସନ । ମେଡିକାଲ ପ୍ରବେଶ ପଥର ବାମପଟେ ଥିବା ଉକ୍ତ ଉଠା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଏହି ଜବରଦଖଲ ପାଇଁ ଟ୍ରାଫିକ ଜାମ ହେଉଥିଲା । ମୁଖ୍ଯ ରାସ୍ତାକୁ ମାଡିବସି ଏହି ଦୋକାନୀମାନେ ବେପାର କରୁଥିଲେ ।

ଡାକ୍ତରଖାନା ସାମ୍ନା ହେଲା ଉଚ୍ଛେଦ

ସେହିପରି ଆମ୍ବୁଲାନ୍ସ ଯାତାୟତରେ ବାଧା ଉପୁଜୁଥିଲା । ମେଡିକାଲ ପରିସରରେ ଏକ ଶୌଚାଳୟ ନିର୍ମାଣ ସହିତ ସ୍ବୟଂଚାଳିତ ଏକ ପାନୀୟ ଜଳ ଯୋଗାଣ ସ୍ଥାପନ ପାଇଁ ପ୍ରାୟ 15 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଚଳିତ ବର୍ଷ ଜାନୁଆରୀ ମାସରେ ଶିଳାନ୍ୟାସ କରାଯାଇଥିଲା। ଏହି ଦୋକାନୀମାନେ ଦୋକାନ ନ ଉଠାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାତ୍ର ଏହା ଡିସପୋଜ ହୋଇଥିଲା ।

ପ୍ରଶାସନ ପକ୍ଷରୁ ସେମାନଙ୍କୁ ହଟିବା ଲାଗି ନୋଟିସ ଜାରି କରାଯାଇଥିଲେ ହେଁ ସେମାନେ ନହଟିବାରୁ ଏପରି ଉଚ୍ଛେଦ କରାଯାଇଛି । ପ୍ରଶାସନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି। ତହସିଲଦାର ତଥା ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆଇଆଇସି ତପନ କୁମାର ପ୍ରଧାନଙ୍କ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details