ଓଡିଶା

odisha

By

Published : Mar 2, 2021, 8:16 PM IST

ETV Bharat / state

ଟ୍ରେନରେ କଟି ଯୁବକ ମୃତ

ଭଦ୍ରକ-ଧାମରା ରେଳପଥ ବାଂଶଡା ବ୍ରିଜ ନିକଟରେ ଟ୍ରେନରେ କଟି ଯୁବକ ମୃତ । ଅଧିକ ପଢନ୍ତୁ...

ଟ୍ରେନରେ କଟି ଯୁବକ ମୃତ
ଟ୍ରେନରେ କଟି ଯୁବକ ମୃତ

ଭଦ୍ରକ: ଟ୍ରେନରେ କଟି ଯୁବକ ମୃତ । ଭଦ୍ରକ-ଧାମରା ରେଳପଥ ବାଂଶଡା ବ୍ରିଜ ନିକଟରେ ଏହି ଅଭାବନୀୟ ଘଟଣା ଘଟଛି । ମୃତକ ଚାନ୍ଦବାଲି ବ୍ଲକ ଇଚ୍ଛାପୁର ଗାଁର କିଣୁ ବେହରାଙ୍କ ପୁଅ କାଳିଆ ବେହେରା ବୋଲି ଜଣାପଡିଛି । ପାରିବାରିକ କଳହ ପାଇଁ ଯୁବକ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଟ୍ରେନରେ କଟି ଯୁବକ ମୃତ

ଖବର ଅନୁଯାୟୀ, ସୋମବାର କାଳିଆ ପାରିବାରିକ କଳହକୁ କେନ୍ଦ୍ରକରି କେଉଁଆଡ଼େ ପଳାଇ ଯାଇଥିଲେ । ପରେ ପରିବାର ଲୋକେ ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ମଙ୍ଗଳବାର ଯୁବକଙ୍କ ମୃତଦେହ ଟ୍ରେନ ଲାଇନରେ ଦେଖିବାକୁ ମିଳିଛି । ସ୍ଥାନୀୟବାସୀଙ୍କ ଠାରୁ ଖବର ପାଇଁ ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details