ଓଡିଶା

odisha

ETV Bharat / state

ଅସହାୟ ପ୍ରଭାତୀ ନାୟକଙ୍କୁ ସାହା ହେଲା ସ୍ବେଚ୍ଛାସେବୀ ସଙ୍ଗଠନ - prabhati nayak in bhadrak

ବାପ ଛେଉଣ୍ଡ ଅସହାୟ ପ୍ରଭାତୀ ନାୟକଙ୍କୁ ସହାୟତାର ହାତ ବଢାଇଛନ୍ତି ଭଦ୍ରକ ଜିଲ୍ଲାର ଏକ ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ...

ବାପ ଛେଉଣ୍ଡ ଅସହାୟ ପ୍ରଭାତୀ ନାୟକଙ୍କୁ ସହାୟତା
ବାପ ଛେଉଣ୍ଡ ଅସହାୟ ପ୍ରଭାତୀ ନାୟକଙ୍କୁ ସହାୟତା

By

Published : Dec 6, 2020, 5:39 PM IST


ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସ୍ବେଚ୍ଛାସେବୀ ସଂଗଠନ ଗରିବ, ଅସହାୟ ତଥା ବାପଛେଉଣ୍ଡ ଯୁବତୀ ପ୍ରଭାତୀ ନାୟକଙ୍କୁ ଧାନ କାଟିବାରେ ସହଯୋଗ କରିଥିବା ଜଣାପଡିଛି। ପ୍ରଭାତୀଙ୍କ ଘର ରାଜନଗର ପଞ୍ଚାୟତ ଅନ୍ତର୍ଗତ ଗଦି ଅଞ୍ଚଳରେ ।

ବାପ ଛେଉଣ୍ଡ ଅସହାୟ ପ୍ରଭାତୀ ନାୟକଙ୍କୁ ସହାୟତା

ବାପା ଏ ଦୁନିଆରେ ନଥିବାରୁ ତାଙ୍କର ତମାମ ଜୀବନ ସଂଘର୍ଷମୟ ହୋଇଯାଇଛି । ଘରେ କେବଳ ବୁଢ଼ୀ ମା’ କୁ ନେଇ ତାଙ୍କର ସଂସାର। ସେ ଜଣେ ଉଚ୍ଚ ଶିକ୍ଷିତା ନାରୀ ମଧ୍ୟ । ତାଙ୍କର ଏହି କର୍ମମୟ ଜୀବନ ଭିତରେ ଟ୍ୟୁସନ କରି ସେ LAW (ଆଇନ ବିଦ୍ୟା) ପାସ କରିଛନ୍ତି। ଆଉ ବର୍ତ୍ତମାନ ସେ ନିଜକୁ ଜଣେ ସୁଦକ୍ଷା ଆଇନଜୀବୀ ହେବା ଦିଗରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଥିସହ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ କୌଣସି ଶ୍ରମିକଙ୍କ ସହାୟତା ନ ଲୋଡି ନିଜେ ବାର ଗୁଣ୍ଠ ଜମି ଚାଷ କରିଥିଲେ। ତେବେ ପ୍ରଭାତୀଙ୍କ ଏପରି ଅସହାୟ ଖବର ପାଇବା ପରେ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନ ପ୍ରତିଷ୍ଠାତା ତଥା ସେନା କର୍ମଚାରୀଙ୍କ ସହିତ ସଂଗଠନର ସଦସ୍ୟମାନେ ଆସି ପ୍ରଭାତୀଙ୍କ ଧାନ କାଟୁଛନ୍ତି ଏବଂ ଏହା ଶୁଖିବା ପରେ ଘରକୁ ନେଇ ଅମଳ କରାଇବାରେ ସବୁ ସହଯୋଗ କରିବେ ବୋଲି କହିଛନ୍ତି।

ଏହି ସଂଗଠନ ଚାଷ କାର୍ଯ୍ୟରେ ବହୁ ଅସହାୟଙ୍କୁ ସହାୟତାର ହାତ ମଧ୍ୟ ବଢାଇଥିଲେ । ସଂଗଠନର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ସହିତ ଇଚ୍ଛୁକ ଯୁବକ ମାନଙ୍କୁ ସେନାରେ ଭର୍ତ୍ତି ହେବା ଲାଗି ତାଲିମ ଦିଆଯାଉଥିବାର ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details