ଓଡିଶା

odisha

ETV Bharat / state

ନିର୍ବାଚନୀ ହିଂସା: ବିଜୟୀ ପ୍ରାର୍ଥୀ ସମର୍ଥକଙ୍କ ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ !

ରାଜନୈତିକ ଆକ୍ରୋଶରେ ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ବଜାରରେ ଅଭାବନୀୟ ଘଟଣା ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି । ଅଧିକ ପଢ଼ନ୍ତୁ

election violence in bhadrak
ନିର୍ବାଚନୀ ହିଂସା: ବିରୋଧୀ ଦଳ ସମର୍ଥକଙ୍କ ଦୋକାନ ପୋଡ଼ିଲେ ଦୁର୍ବୃତ୍ତ

By

Published : Mar 8, 2022, 12:14 PM IST

ଭଦ୍ରକ:ରାଜନୈତିକ ଆକ୍ରୋଶରେ ଦୋକାନ ପୋଡ଼ିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ବଜାରରେ ଅଭାବନୀୟ ଘଟଣା ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ।

ନିର୍ବାଚନୀ ହିଂସା: ବିରୋଧୀ ଦଳ ସମର୍ଥକଙ୍କ ଦୋକାନ ପୋଡ଼ିଲେ ଦୁର୍ବୃତ୍ତ

ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ରାଜନୈତିକ ହିଂସା। ନିର୍ବାଚନ ପରାଜୟ ସହ୍ୟ ନକରି ବିଜୟ ଦଳର ସମର୍ଥକଙ୍କ ଦୋକାନ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଲକ୍ଷାଧିକ ଟଙ୍କାର ତେଜରାତି ଓ ପନିପରିବା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଅରୁଣ ଭୋଇ ଓ ତାଙ୍କ ଭାଇ ତରୁଣ ଭୋଇ ଏହି ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଦଳର ସକ୍ରିୟ କର୍ମୀଭାବେ କାର୍ଯ୍ୟ କରୁଥିଲେ ।

ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଠାରୁ ଆରମ୍ଭ କରି ମତଦାନ ଓ ଭୋଟ ଗଣତି କେନ୍ଦ୍ରରେ ଦଳ ପକ୍ଷରୁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଶେଷରେ ଉକ୍ତ ଦଳର ପ୍ରାର୍ଥୀଙ୍କ ବିଜୟ ମଧ୍ୟ ହୋଇଛି । ତେବେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତାଙ୍କ ଦୋକାନ ଭିତରେ ନିଆଁ ଲାଗି ଜଳୁଥିବାର ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଆସି ଦେଖନ୍ତି ତ ସବୁକିଛି ଭସ୍ମୀଭୂତ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ଏହାରି ଭିତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details