ଓଡିଶା

odisha

ETV Bharat / state

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମନଗର ଥାନା କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ ହାତ ଖଣ୍ଡିଆପାଳ ଠାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

By

Published : Jun 1, 2019, 3:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା କଲ୍ୟାଣୀ ପଞ୍ଚାୟତ ଅନ୍ତର୍ଗତ ହାତ ଖଣ୍ଡିଆପାଳ ଠାରେ । ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ଆଜି (ଶନିବାର) ସ୍ଥାନୀୟ ଲୋକେ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକକୁ ଦେଖି ଭୟଭୀତ ହୋଇଯାଇଥିଲେ । ତେବେ ଉଲଗ୍ନ ଅବସ୍ଥାରେ ଯୁବକର ମୃତ ଶରୀର ଗଛକୁ କିପରି ଆସିଲା ? ଏହା ହତ୍ୟା ନା ଆତ୍ମହତ୍ୟା ? ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ଖବର ପାଇ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details