ଭଦ୍ରକ: ସକାଳେ ସ୍ଥଳଭାଗ ସ୍ପର୍ଶ କରିବା ପରେ ଭୟଙ୍କର ରୂପ ଧାରଣ କରିଥିଲା ବାତ୍ୟା ‘ଫନି’ । ଏନେଇ ରାଜ୍ୟବାସୀ ଲଗାଣ ବର୍ଷା ସହ ତୀବ୍ର ବେଗରେ ବହୁଥିବା ପବନ ସହ ସଂଘର୍ଷ ଜାରି ରଖିଛନ୍ତି । ସ୍ଥାନୀୟ ଗରଦପୁର ସ୍ଥିତ ଉର୍ଦ୍ଦୁ ୟୁପି ସ୍କୁଲରେ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବେ ପାଲଟିଛି ଅନେକଙ୍କ ଠିକଣା । ତେବେ ସେଠାରେ କିପରି ରହିଛି ଦୃଶ୍ୟ ତାହା ପଚାରି ବୁଝିଛି ଇଟିଭି ଭାରତ ଟିମ୍ ।
ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷା ଲାଗି ରହଥିବା ବେଳେ ଆତଙ୍କିତ ରହିଛନ୍ତି ଲୋକେ । ଏପରି ସମୟରେ ରନ୍ଧା ଖାଦ୍ୟ ସହ ସମ୍ପୂର୍ଣ୍ଣ ସହାୟତା ଯୋଗାଇଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଗରଦପୁର ଉର୍ଦ୍ଦୁ ୟୁପି ସ୍କୁଲକୁ ପ୍ରାୟ 150 ଲୋକ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଥାନ ଅଭାବରୁ ଅନ୍ୟ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଜଣା ପଡିଛି ।