ଭଦ୍ରକ: ଜିଲ୍ଲାରେ ଥମୁନି ସ୍ଥାନୀୟ ସଂକ୍ରମଣ । ଜିଲ୍ଲାରେ ଆଜି 50 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1118ରେ ପହଞ୍ଚିଛି । ଆଜି ଚିହ୍ନଟ 50 ଜଣଙ୍କ ମଧ୍ୟରୁ 47 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ମାତ୍ର 3 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ 24 ଘଣ୍ଟା ମଧ୍ୟରେ 40 ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 773 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।