ଓଡିଶା

odisha

ETV Bharat / state

କଣ୍ଟେନମେଣ୍ଟ ଜୋନରେ ଭଦ୍ରକର 3 ବ୍ଲକ - content zone

ଭଦ୍ରକ ଜିଲ୍ଲାର ମୋଟ 3ଟି ବ୍ଲକ ଅନ୍ତର୍ଗତ 5 ଟି ପଞ୍ଚାୟତର 5 ଟି ବିଦ୍ୟାଳୟ ପରିସର ସହ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

3-blocks-of-bhadrak-in-the-content-zone
କଣ୍ଟେନମେଣ୍ଟ ଜୋନରେ ଭଦ୍ରକର 3ଟି ବ୍ଲକ

By

Published : May 15, 2020, 1:11 PM IST

ଭଦ୍ରକ: ଆଜି(ଶୁକ୍ରାବାର) ଜିଲ୍ଲାରେ 6 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାର 3ଟି ବ୍ଲକର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଭଦ୍ରକର 3ଟି ବ୍ଲକ

ଧାମନଗର ବ୍ଳକ ଅନ୍ତର୍ଗତ ନଦୀଗାଁ ପଞ୍ଚାୟତର ନଦୀଗାଁ ଉଚ୍ଚ ବିଦ୍ୟାଳୟ, ରାଇପୁର ପଞ୍ଚାୟତର ଜୟ ଦୂର୍ଗା ଉଚ୍ଚ ବିଦ୍ୟାଳୟ, ଧୁଷୁରୀ ପଞ୍ଚାୟତର ମୁରଲୀଧର ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ବାଁଶଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତିହିଡ଼ି ବ୍ଳକ ଅନ୍ତର୍ଗତ ସାହାପୁର ପଞ୍ଚାୟତର ଏଲଏନ ନୋଡାଲ ଉଚ୍ଚ ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତେବେ ଜିଲ୍ଲାର ମୋଟ 3ଟି ବ୍ଲକ ଅନ୍ତର୍ଗତ 5 ଟି ପଞ୍ଚାୟତର 5 ଟି ବିଦ୍ୟାଳୟ ପରିସର ସହ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details