ଓଡିଶା

odisha

ETV Bharat / state

2019 ନିର୍ବାଚନ: କାହାର ହେବ ଭଣ୍ଡାରୀପୋଖରୀ ? - 2019 poll

ଭଦ୍ରକ ଜିଲ୍ଲାର ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ 1974 ମସିହାରେ ଗଠିତ ହୋଇଥିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ। ଏଥର ବେଶ ଚର୍ଚ୍ଚାରେ ରହିଛି ଏହି ଆସନ। କାରଣ ଚଳିତ ଥର ଏଠାରେ ହାଇଭୋଲଟେଜ ମୁକାବିଲା ହେବାକୁ ଯାଉଛି ।

ଡିଜାଇନ ଫଟୋ

By

Published : Mar 29, 2019, 3:47 PM IST

Updated : Mar 29, 2019, 6:44 PM IST

ଭଦ୍ରକ: ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଜିଲ୍ଲାରେ ସରଗରମ ରାଜନୈତିକ ପାଣିପାଗ । ପାଞ୍ଚବର୍ଷ ପରେ ନିଜର ପ୍ରତିନିଧି ଚୟନ କରିବାର ସୁଯୋଗ ମିଳିଥିବାରୁ ସଜାଗ ହୋଇ ଉଠିଛନ୍ତି ସାଧାରଣ ଜନତା। ଭୋଟରଙ୍କୁ ମନାଇବା ପାଇଁ କସରତ କରିବାରେ ଲାଗିପଡିଛନ୍ତି ଦଳୀୟ ନେତା । ବିଭିନ୍ନ ଦଳର ପ୍ରଚାର ନିର୍ବାଚନ ମାହୋଲକୁ ସରଗରମ କରିରଖିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏଥିରୁ ବାଦ ପଡିନାହିଁ ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଭଣ୍ଡାରିପୋଖରୀ ବିଧାନସଭା ଆସନ । ଜିଲ୍ଲାର ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ 1974 ମସିହାରେ ଗଠିତ ହୋଇଥିଲା ଏହି ଆସନ । ଭଦ୍ରକ ଲୋକସଭା ନିର୍ବାତନମଣ୍ଡଳୀରେ ଅଧିନରେ ଅବସ୍ଥିତ ଏହି ଆସନ। 2009 ନିର୍ବାଚନ ପୂର୍ବରୁ ସଂରକ୍ଷିତ ରହିଥିଲା ଏହି ଆସନ ।

ଗତ 2009 ଏବଂ 2014 ନିର୍ବାଚନରେ ଏଠାରୁ ବାଜି ମାରିଥଲେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ । ଏପରିକି ରାଜ୍ୟ କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଥିଲେ । ଚଳିତ ଥର ସେ ପୁନର୍ବାର ଦଳୀୟ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଖବର ମିଳିଛି । ଅନ୍ୟପଟେ ବିଜେପିରୁ ଗତ ଥର ହୋଇଥିବା ବଦ୍ରି ନାରାୟଣ ଧଳ ତାଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି।

ଦଳୀୟ ଟିକେଟ କାହାକୁ ମିଳିବ ତାକୁ ନେଇ କଂଗ୍ରେସ ଶିବିରରେ ଛକାପଞ୍ଝା ଚାଲିଛି । ଏଥର ଟିକେଟ ଦୌଡରେ ଅଛନ୍ତି ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଗତ ଥରର ଦଳୀୟ ପ୍ରାର୍ଥୀ ହୋଇଥିବା ସୁବ୍ରତ ଦାସ । ଏଥରଟିକେଟ ପିସିସି ସଭାପତି ହାତେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମାନଙ୍କୁ ଛାଡି ଅନ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହେବେ।

ଯାହା ହେଉ ନାଁ କାହିଁକି ବେଶ ପ୍ରତିଦ୍ବନ୍ଦ୍ଦିତାପୂର୍ଣ୍ଣ ରହିବ 2019 ଲଢେଇ । ତେବେ ଏଥର ବିଜେଡି ଏଠାରେ ବାଜି ମାରୁଛି ନାଁ ବିରୋଧି ଏହି ଆସନକୁ ବିଜେଡି ହାତରୁ ଛଡାଇ ନେବାରେ ସଫଳ ହେଉଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 29, 2019, 6:44 PM IST

ABOUT THE AUTHOR

...view details