ଓଡିଶା

odisha

ETV Bharat / state

5T School Transformation: ଦ୍ବିତୀୟ ପର୍ଯ୍ୟାୟରେ ଭଦ୍ରକର ୧୫ ହାଇସ୍କୁଲ ହେବ ରୂପାନ୍ତରଣ - 15 school of bhadrak will transformation

ଭଦ୍ରକରେ 15ଟି ହାଇସ୍କୁଲ 5T ରୂପାନ୍ତରିତ ଯୋଜନାରେ ହେଲା ସାମିଲ । ସ୍କୁଲ ଗୁଡିକର ଭିତ୍ତିଭୂମିର ବିକାଶ ହେବା ଦିଗରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଦ୍ଵିତୀୟ ପର୍ଯ୍ୟାୟରେ ପୁଣି 15 ଟି ହାଇସ୍କୁଲ 5T ରୂପାନ୍ତରିତ ଯୋଜନାରେ ସାମିଲ
ଦ୍ଵିତୀୟ ପର୍ଯ୍ୟାୟରେ ପୁଣି 15 ଟି ହାଇସ୍କୁଲ 5T ରୂପାନ୍ତରିତ ଯୋଜନାରେ ସାମିଲ

By

Published : Dec 4, 2021, 8:24 PM IST

ଭଦ୍ରକ:ଜିଲ୍ଲା ତିହିଡି ବ୍ଲକରେ ପୁଣି 15ଟି ହାଇସ୍କୁଲ 5T ରୂପାନ୍ତରିତ ଯୋଜନାରେ ସାମିଲ ହୋଇଛି । ସେଗୁଡିକର ଭିତ୍ତିଭୂମିର ବିକାଶ ହେବା ଦିଗରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆରସା ହାଇସ୍କୁଲ, ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୟା ବିପିଏସ ହାଇସ୍କୁଲ, କମାରିଆ ଏପିଏସପିଏସ ହାଇସ୍କୁଲ, ବାରବାଟିଆ ବୈଷ୍ଣବାନନ୍ଦ ବିଦ୍ୟପୀଠ ଓ ସାହାପୁର ଲକ୍ଷ୍ମୀନାରାୟଣ କୃଷକ ସହଯୋଗ ହାଇସ୍କୁଲ 5Tରେ ରୂପାନ୍ତରିତ ହୋଇଛି । ସେହିପରି ସାମନ୍ତରାୟପୁର ହାଇସ୍କୁଲ, ତିଆଡିସାହି ବାସନ୍ତୀ ହାଇସ୍କୁଲ, ବାରୋ ହାଇସ୍କୁଲ, ବିଲଣା ସହଯୋଗ ହାଇସ୍କୁଲ, ଗୁଆମାଳ ବିଣାପାଣି ହାଇସ୍କୁଲ, ବୋଡକ ନାୟକାଣୀ ହାଇସ୍କୁଲ, ଜୟପୁର ବାଞ୍ଛାନିଧି ହାଇସ୍କୁଲ ଓ ତଳଗୋପବିନ୍ଧା ଏସି ହାଇସ୍କୁଲ ମଧ୍ଯ ଏଥିରେ ସାମିଲ କରାଯାଇଛି ।

ଦ୍ଵିତୀୟ ପର୍ଯ୍ୟାୟରେ ପୁଣି 15 ଟି ହାଇସ୍କୁଲ 5T ରୂପାନ୍ତରିତ ଯୋଜନାରେ ସାମିଲ

ଏନେଇ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା, ଏଡିଇଓ, ବିଡିଓ ପ୍ରମୁଖ ଜନପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ଯ ଯୋଗଦେଇଥିଲେ । ଏହିସବୁ ହାଇସ୍କୁଲର କିପରି ଭିତ୍ତିଭୂମିର ବିକାଶ ହେବ ସେନେଇ ଆଲୋଚନା କରିଥିଲେ ।

ଏଠାରେ ସୂଚନା ଥାଉକି, ପୂର୍ବରୁ ଦୋଳସାହି ରାମନାରାୟଣ ହାଇସ୍କୁଲ, ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ଓ ପୀରହାଟ ଶାନ୍ତି ଶୈଳେନ୍ଦ୍ର ସାଇସ୍କୁଲ ଏହି ଯୋଜନାରେ ସାମିଲ ହୋଇଥିଲା । ଭର୍ଚ୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details