ଓଡିଶା

odisha

ETV Bharat / state

ସାପ କାମୁଡାରେ 5ମ ଶ୍ରେଣୀ ଛାତ୍ରୀ ମୃତ, ଜଣେ ଗୁରୁତର

ସାପ କାମୁଡାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦେବୀ ଜେନାଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ତାଙ୍କ ପଡୋଶୀ ମହିଳା ଜୟନ୍ତୀ ଜେନା ମଧ୍ୟ ଘରେ ଶୋଇଥିବା ସମୟରେ ତାଙ୍କୁ ବିଷଧର ନାଗ ସାପ  କାମୁଡିଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

By

Published : Jun 3, 2019, 10:43 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସାବିତ୍ରୀ ଅମାବାସ୍ୟାରେ ଦୁଃଖଦ ଘଟଣା ଘଟିଛି। ସର୍ପ ଦଂଶନରେ ଜଣେ ପ୍ରାଣ ହରାଇ ଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକର ଭଣ୍ଡାରିପୋଖରୀ ହାଟଡିହିରେ ଘଟିଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଭଣ୍ଡାରିପୋଖରୀ ହାଟଡିହି ଗ୍ରାମରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଦେବୀ ଜେନା ଘରେ ଶୋଇଥିବା ବେଳେ ତାଙ୍କୁ ନାଗ ସାପ କାମୁଡିଥିଲା । ଏହାପରେ ତୁରନ୍ତ ଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ତାଙ୍କ ପଡୋଶୀ ମହିଳା ଜୟନ୍ତୀ ଜେନା ମଧ୍ୟ ଘରେ ଶୋଇଥିବା ସମୟରେ ତାଙ୍କୁ ବିଷଧର ନାଗ ସାପ କାମୁଡିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ଏପଟେ ଘଟଣାସ୍ଥଳରେ ସାପ ଧରାଳି ମିର୍ଜ଼ା ପହଞ୍ଚି ଦୁଇ ବିଷଧର ନାଗ ସାପକୁ ଉଦ୍ଧାର କରିଛନ୍ତି।


ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details