ଓଡିଶା

odisha

ETV Bharat / state

କାଳ ହେଲା ୟୁଟ୍ୟୁବ୍‌ ବିଦ୍ୟା, ଜେଲ୍‌ ଗଲେ ଆଇଟିଆଇ ଛାତ୍ର - ଆଇଟିଆଇ

ମହଙ୍ଗା ପଡିଲା ୟୁଟ୍ୟୁବ୍‌ ବିଦ୍ୟା । ଯାହା ଜେଲ୍‌ରେ ପହଞ୍ଚାଇଛି ଜଣେ 23 ବର୍ଷୀୟ ଆଇଟିଆଇ ଛାତ୍ର ଜିତୁ ବିଶ୍ବାଳଙ୍କୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Mar 5, 2019, 11:18 PM IST

ବରଗଡ: ମହଙ୍ଗା ପଡିଲା ୟୁଟ୍ୟୁବ୍‌ ବିଦ୍ୟା । ଯାହା ଜେଲ୍‌ରେ ପହଞ୍ଚାଇଛି ଜଣେ 23 ବର୍ଷୀୟ ଆଇଟିଆଇ ଛାତ୍ରଙ୍କୁ । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ସଦର ଥାନା ପୋଲିସ ଏକାମ୍ବ୍ର ଛକଠାରେ ଚେକିଂ କରୁଥିବା ସମୟରେ ଏକ ବାଇକ ଡିକ୍କିରୁ ଜବତ କରିଥିଲା ଦେଶୀ ବନ୍ଧୁକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବନ୍ଧୁକ ଜବତ ପରେ ବାଇକ ଆରୋହୀ ବାହାଦୁର ପ୍ରଧାନ ଓ ଚାରପାଲି ଗ୍ରାମର ମନବୋଧ ଭୁଏଙ୍କୁ ପୋଲିସ ପଚରାଉଚୁରା କରିଥିଲା । ଯେଉଁଥିରୁ ବହିଆପଦର ଗ୍ରାମର ଜିତୁ ବିଶ୍ବାଳ ଏହି ବନ୍ଧୁକ କାରବାର କରୁଥିବା ଜଣା ପଡିଥିଲା । ଏହାପରେ ଖବର ପାଇ ଏକ ପୋଲିସ ଟିମ୍‌ ଜିତୁ ବିଶ୍ବାଳ ଘରେ ଚଢାଉ କରିଥିଲା । ଚଢାଉରେ ଜିତୁ ଘରୁ ଅନେକ ବନ୍ଧୁକ ତିଆରି ସାମଗ୍ରୀ ସହ ହାତ ତିଆରି ବନ୍ଧୁକ, ରିଭଲଭର ଆଦି ପୋଲିସ ଜବତ କରିଛି ।

ତେବେ ଜିତୁ ଜଣେ ଶିକ୍ଷିତ ଯୁବକ ହୋଇଥିବା ବେଳେ ୟୁଟ୍ୟୁବ୍‌ରୁ ଦେଖି ସେ ବନ୍ଧୁକ ତିଆରି ଶିଖିଥିବା ପୋଲିସକୁ ଜଣାଇଥିଲା । ଏଥିସହ ଭିଡିଓ ଦେଖି ପ୍ରଭାବିତ ହୋଇ ବିଭିନ୍ନ ଅଦରକାରୀ ଜିନିଷ ବ୍ୟବହାରରେ ଅତି କମ୍‌ ମୂଲ୍ୟରେ ସେ ବନ୍ଧୁକ ତିଆରି କରୁଥିବା ମଧ୍ୟ ଜଣାଇଥିଲା । ଅନ୍ୟପଟେ ନିଜ ଭୁଲ ସ୍ବୀକାର କରି କ୍ଷମା ମାଗିଛି ଜିତୁ ଏବଂ ଆଗକୁ ଏପରି ନକରିବାକୁ ମଧ୍ୟ ପ୍ରତିଶୃତି ଦେଇଛି ।

ତେବେ ଏହି ଘଟଣାକୁ ନିନ୍ଦା କରି ୟୁଟ୍ୟୁବ୍‌ରୁ ତୁରନ୍ତ ଏପରି ଭିଡିଓ ହଟାଇବା ପାଇଁ ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details