ବରଗଡ:ବାହାରୁ ଟିକିଏ ଆସୁଛି... ମାଆକୁ ଏପରି କହି ଘରୁ ଗୋଡ କାଢିଥିଲା ପୁଅ । କିନ୍ତୁ ପୁଅ ଗଲା ଯେ ଗଲା ଆଉ ଫେରିଲା ନାହିଁ । ପୁଅତ ଫେରିଲା ନାହିଁ କିନ୍ତୁ ଆସିଲା ମୃତ୍ୟୁ ଖବର । ପୁଅର ମୃତ୍ୟୁ ହୋଇଥିବା ଜାଣିବା ପରେ ଦୁଃଖରେ ଫାଟି ପଡୁଛି ମାଆର ଛାତି । ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲାର 1 ନମ୍ବର ଓ୍ବାର୍ଡରେ । ମୃତକ ଜଣଙ୍କ ହେଉଛନ୍ତି ନିଲିବନ୍ଧପଡ଼ାର ରାକେଶ ପ୍ରଧାନ । ଗତକାଲି ଭୋର ସମୟରେ ତାଙ୍କର ମୃତଦେହ କେଶବ ନଗରରେ ଦେଖିବାକୁ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ-ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ରାକେଶ ପ୍ରଧାନ ଘରେ ତାଙ୍କ ମାଆଙ୍କୁ ଟିକେ ଆସୁଛି କହି ଘରୁ ବାହାରିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଗତକାଲି(ଗୁରୁବାର) ତାଙ୍କର ମୃତଦେହ କେଶବ ନଗରରେ ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାକେଶଙ୍କ ବେକ ଓ ମୁଣ୍ଡରୁ ରକ୍ତଶ୍ରାବ ହେଉଥିବା ବେଳେ ନିକଟରେ ଥିବା ଏକ ବାଲିଗଦାରେ ମାରଣାସ୍ତ୍ର ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଅନୁସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରି ରାକେଶଙ୍କୁ ହତ୍ୟାକାଣ୍ଡ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ।