ଓଡିଶା

odisha

ETV Bharat / state

ନାଳରୁ ମିଳିଲା ଯୁବକଙ୍କ ମୃତଦେହ: ଦୁଇ ପରିବାର ଦାବିଦାର, ନାକେଦମ ପୋଲିସ

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହେଲେ ଉକ୍ତ ମୃତଦେହକୁ ଦୁଇପାର୍ଟି ଦାବିଦାର କରିଥିଲେ । ଫଳରେ ନାକେଦମ ହୋଇଥିଲା ପୋଲିସ । ଅଧିକ ପଢନ୍ତୁ

By

Published : Apr 2, 2023, 11:27 AM IST

youth deadbody rescued from cannel in bargarh
youth deadbody rescued from cannel in bargarh

ବରଗଡ: ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି(ଶନିବାର)ଖଜୁରଟିକିରାର ଏକ ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କୁ ନିଜର ବୋଲି ଦାବି କରିଥିଲେ ଦୁଇ ପରିବାର । କିନ୍ତୁ ସତ୍ୟ ଜଣାପଡିବା ପରେ ପ୍ରକୃତ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ମୃତକ ହେଲେ ଛତିଶଗଡର ନାଗେଶ୍ଵର ।

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ଭୋରରୁ ଜଣେ ଯୁବକଙ୍କ ମୃତଦେହ ଖଜୁରଟିକିରାର ନାଳ ଭିତରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳକୁ ପୋଲିସ ଓ ଦମକଳ ବିଭାଗ ପହଞ୍ଚି ଉକ୍ତ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ସ୍ଥାନୀୟ ଲୋକେ ମୃତଦେହକୁ ଚିହ୍ନଟ କରିପାରି ନଥିବା ବେଳେ ବ୍ୟବଚ୍ଛେଦ ପାଇଁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ପଠାଇଥିଲା । ତେବେ କିଛି ଘଣ୍ଟା ପରେ ମୃତ ଯୁବକ ନାଗେଶ୍ବରଙ୍କ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ନାଗେଶ୍ବରଙ୍କ ଘର ଛତିଶଗଡରେ ହୋଇଥିବା ବେଳେ ସେ ବରଗଡରେ ରହୁଥିଲେ ।

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବରଗଡର ବିଶିପଡାରୁ କିଛି ମହିଳା ଓ ପୁରୁଷ ଟାଉନ ଥାନାକୁ ଆସି ମୃତକ ଜଣକ ତାଙ୍କ ସମ୍ପର୍କୀୟ ସୋନୁ ସାହୁ ବୋଲି ଦାବି କରିଥିଲେ । ହେଲେ ସୋନୁ ଚୋରି କେସରେ ବନ୍ଧା ହୋଇ ଥାନାରେ ରହିଥିବା ବେଳେ କିପରି ମୃତ୍ୟୁ ହେଲା ବୋଲି ପରିବାର ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ । ଏନେଇ ଥାନାରେ ହଙ୍ଗାମା ମଧ୍ୟ ହୋଇଥିଲା । ପରିଶେଷରେ ପୋଲିସକୁ ଗିରଫ ଯୁବକଙ୍କ ଭିଡିଓ କରିବାକୁ ପଡିଥିଲା । ବରଗଡ ସବ ଜେଲରୁ ସୋନୁ ସାହୁଙ୍କ ଭିଡିଓ କରି ସେମାନଙ୍କୁ ଦେଖାଇବା ପରେ ଯାଇ ପରିବାର ଲୋକେ ଶାନ୍ତ ପଡିଥିଲେ ।

ତେବେ ମୃତକ ଯୁବକ ଜଣକର ମସ୍ତିଷ୍କ ରୋଗ ଥିବାରୁ ସେ ରାତିରେ ଚୋରି କରିବାକୁ ଆସିଥିବା ସମୟରେ ସେହି ରୋଗ ହଠାତ ବାହାରିଥିଲା ଏବଂ ସେ ନାଳରେ ପଡିଯାଇଥାଇ ପାରନ୍ତି ବୋଲି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ପୋଲିସ ଅନୁମାନ କରୁଛି । ଏହି ଘଟଣାକୁ ନେଇ ବରଗଡ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି କହିଛି ପୋଲିସ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details