ବରଗଡ:ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ (WODC) ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହି ଅବସରରେ ସେ ଜିଲ୍ଲାର ବିଜେପୁର କଲେଜ ଅଡିଟୋରିୟମର ଶିଳାନ୍ୟାସ କରିବା ସହିତ ଅତାବିରା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ନିର୍ମାଣଧୀନ ମୁଖ୍ୟମନ୍ତ୍ରୀ ସଭାଘର ପରିଦର୍ଶନ କରିଛନ୍ତି l
ସୂଚନା ମୁତାବକ, ବରଗଡ ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ତେବେ WODC ଅଧ୍ୟକ୍ଷ ବିଜେପୁର କଲେଜରେ ବହୁମୁଖୀ ଅଡିଟୋରିୟମର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଯାହା ପ୍ରାୟ 78 ଲକ୍ଷ 43 ହଜାର ବ୍ୟୟ ବରାଦରେ ନିର୍ମାଣ କରାଯିବ । ତେବେ ଏହି ଅବସରରେ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, କଲେଜରେ ଉନ୍ନତିକରଣ ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବିକାଶ ହେବ । ସେମାନଙ୍କ ଶିକ୍ଷାର ମାନ ବୃଦ୍ଧି କରିବା ସହ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକ୍ରମରେ ଅଡିଟୋରିୟମ୍ ବିଶେଷ ଭାବରେ ସହାୟକ ହେବ । ସମ୍ବଲପୁର ଜି.ଏମ୍ ବିଶ୍ବବିଦ୍ୟାଳୟରେ ପରିଷଦର ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ତେଣୁ ସେହିଭଳି ଭାବେ ଏହି ମହାବିଦ୍ୟାଳୟର ଅଡିଟୋରିୟମ ମଧ୍ୟ ନିର୍ମାଣ କରାଯିବ ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା ୨୦ରେ ଆସୁଛନ୍ତି ରାଷ୍ଟ୍ରପତି, ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି