ଓଡିଶା

odisha

ETV Bharat / state

ବିଜେପୁରରେ ବିଜୟୀ ହେବେ କି ନବୀନ?

ବିଜେପୁର ବିଧାନସଭା ଆସନକୁ ନେଇ ଏବେ ସମଗ୍ର ରାଜ୍ୟରେ ଲାଗି ରହିଛି। ଏଠାରୁ ବିଜେଡି ବିଧାୟକ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ନିର୍ବାଚନମଣ୍ଡଳୀର ଅନ୍ୟ ଏକ ବିଶେଷତ୍ବ ରହିଛି । କୌଣସି ବାହାର ଅଞ୍ଚଳ ଲୋକ, ଯିଏକି ଏଠାରୁ ନିର୍ବାଚନ ଲଢିଛନ୍ତି ତାଙ୍କୁ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ଭୋଟର । ସେ ଯେତେ ବଡ ନେତା ହେଉନା କାହିଁକି କିମ୍ବା ଯେ କୌଣସି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢନ୍ତୁ ନାଁ କାହିଁକି ସେ ଏଠାରେ ପରାସ୍ତ ହୋଇଛନ୍ତି।

By

Published : Apr 16, 2019, 11:28 AM IST

Updated : Apr 16, 2019, 1:25 PM IST

ଫାଇଲ ଫଟୋ

ବରଗଡ: ଚଳିତ ମାସ 18 ତାରିଖରେ ହେବାକୁ ଯାଉଛି 2019 ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ଦିନ 5 ଲୋକସଭା ଏବଂ ଏହା ଅଧିନସ 35ଟି ବିଧାନସଭା ଆସନ ପାଇଁ ହେବେ ଭୋଟଗ୍ରହଣ । ଯାହା ମଧ୍ୟରେ ରହିଛି ବରଗଡ ଲୋକସଭା ଆସନ ଅଧିନରେ ଥିବା ବିଜେପୁର ବିଧାନସଭା । ଏହି ଆସନ ଉପରେ ରହିଛି ସମଗ୍ର ରାଜ୍ୟର ନଜର | ଏଠାରୁ କିଏ ମାରିବା ବାଜି ତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା ।

ଏଠାରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସରୁ ବରପାଲିର ପୂର୍ବତନ ବିଧାୟକ ରିପୁନାଥ ସେଠ ଏବଂ ବିଜେପିରୁ ଗଉନ୍ତିଆ ପରିବାରର ସନଥ ଗଡ଼ତିଆ ନିର୍ବାଚନ ମୈଦନାକୁ ଓହ୍ଲାଇଛନ୍ତି| ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଦଳର ହେଭିୱେଟ ନେତା ସୁଶାନ୍ତ ସିଂ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ବିଜେପୁର ବିଧାୟିକା ରୀତା ସାହୁ ପ୍ରଚାର କରୁଛନ୍ତି । ଖୋଦ୍ ନିଜେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ଦୁଇ ଦିନିଆ ବରଗଡ ଗସ୍ତରେ ଆସିଛନ୍ତି|

ବରଗଡ ଜିଲ୍ଲାରେ ରହିଛି ମୋଟ 5ଟି ବିଧାନସଭା । ଏଥର ବିଜେପୁର ଆସନର ଗୁରୁତ୍ଵ ଢେର ବେଶୀ । ବିଜେପୁର ଗାଇସିଲେଟ ଓ ବରପାଲି ବ୍ଲକର ୧୭ଟି ପଞ୍ଚାୟତ ସହ ବରପାଲି ଏବଂ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏହାର ମୋଟ ଭୋଟର ହେଉଛନ୍ତି ୨୦୭୦୫୫ । ୧୯୫୭ ମସିହାରେ ଗଠିତ ହୋଇଥିବା ଏହି ବିଧାନସଭା ଆସନରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିକୁଞ୍ଜ ବିହାରୀ ସେଠ | ହେଲେ ୨୦୦୪ ମସିହା ପରଠାରୁ ପୂର୍ବତନ ବିଧାୟକ ସୁବଳ ସାହୁ ନିର୍ବାଚିତ ହେବା ପରେ ଏହା କଂଗ୍ରେସର ଗଡ ଭାବେ ରାଜ୍ୟ ରାଜନୀତିରେ ପରିଚିତ ହୋଇଥିଲା |

ହେଲେ ସୁବଳ ସାହୁଙ୍କ ଅକାଳ ବିୟୋଗ ପରେ ବିଜେପୁରରେ ହୋଇଥିଲା ଉପନିର୍ବାଚନ । ଏଠାରୁ ତାଙ୍କ ସ୍ତ୍ରୀ ରୀତା ସାହୁ ବିଜେଡି ଦଳରେ ଯୋଗଦାନ କରି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥିନୀ ରୀତାଙ୍କୁ ୧,୦୨, ୮୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୬୦,୯୩୯ ଏବଂ କଂଗ୍ରେସର ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ ମିଳିଥିଲା |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ଏହି ନିର୍ବାଚନମଣ୍ଡଳୀର ଅନ୍ୟ ଏକ ବିଶେଷତ୍ବ ରହିଛି । କୌଣସି ବାହାର ଅଞ୍ଚଳ ଲୋକ, ଯିଏକି ଏଠାରୁ ନିର୍ବାଚନ ଲଢିଛନ୍ତି ତାଙ୍କୁ ଗ୍ରହଣ କରି ପାରିନାହାନ୍ତି ସ୍ଥାନୀୟ ଭୋଟର । ସେ ଯେତେ ବଡ ନେତା ହେଉନା କାହିଁକି କିମ୍ବା ଯେ କୌଣସି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢନ୍ତୁ ନାଁ କାହିଁକି ସେ ଏଠାରେ ପରାସ୍ତ ହୋଇଛନ୍ତି ।

ଯାହାର ଉଦାହହଣ ଦେଖିବାକୁ ମିଳିଛି ବିଗତ ଦୁଇଟି ନିର୍ବାଚନରେ । ୨୦୦୯ ନିର୍ବାଚନରେ ବରଗଡର ବିଜେଡି ପ୍ରାର୍ଥୀ ପ୍ରଭାତଆଦିତ୍ୟ ମିଶ୍ର ଓ ୨୦୧4ରେ ରାଜ୍ୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ବିଜେଡି ଦଳର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏଠାରେ ପରାସ୍ତ ହୋଇଥିଲେ ।
ମାତ୍ର ୪୫୮ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ ପ୍ରସନ୍ନ | ଚଳିତ ଥର ବିଜେପୁରରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ଖୋଦ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ବିଜେପୁର ଭୋଟର ନବୀନଙ୍କୁ ନିର୍ବାଚିତ କରିବେ ନା ପୁରୁଣା ଇତିହାସକୁ ଦୋହରାଇବେ ତାହା ଦେଖିବାକୁ ବାକି ରହିଲା।


ବରଗଡରୁ ରାଜେଶ ସରାପ, ଈଟିଭି ଭାରତ

Last Updated : Apr 16, 2019, 1:25 PM IST

ABOUT THE AUTHOR

...view details