ଓଡିଶା

odisha

ETV Bharat / state

Padmapur By poll Result: ପଦ୍ମପୁରରେ କାହିଁକି ହାରିଲା ବିଜେପି?

ପଦ୍ମପୁରରେ ବିଜେଡିର ବାଜିମାତ । ମାର୍ଜିନ ଯଥେଷ୍ଟ ଅଧିକ । 42 ହଜାର 65 ଭୋଟରେ ଜିତିଛି ବିଜେଡି । ବିଜେପି ପାଖାପାଖି 77447 ଭୋଟ ପାଇଥିବାବେଳେ ବିଜେଡି ଖାତାକୁ ଯାଇଛି ଲକ୍ଷେ 19 ହଜାର 512 ଭୋଟ । ବିଜେପି ଯାହା ଆଶା କରିଥିଲା ସେମିତି କିଛି ହେଲାନି । ଧାମନଗରର ରଣନୀତି କାମ କଲାନି ପଦ୍ମପୁରରେ । କେଉଁଠି ରହିଗଲା ଅସୁବିଧା । 2019 ତୁଳନାରେ ଯଦି ଦେଖାଯାଏ ପାଖାପାଖି ଭୋଟ ପାଇଛି ବିଜେପି । ଅଧିକ ପଢନ୍ତୁ

By

Published : Dec 8, 2022, 11:07 PM IST

Etv Bharat
Etv Bharat

ଭୁବନେଶ୍ବର: ପଦ୍ମପୁରରେ ବିଜେଡିର ବାଜିମାତ । ମାର୍ଜିନ ଯଥେଷ୍ଟ ଅଧିକ । 42 ହଜାର 65 ଭୋଟରେ ଜିତିଛି ବିଜେଡି । ବିଜେପି ପାଖାପାଖି 77447 ଭୋଟ ପାଇଥିବାବେଳେ ବିଜେଡି ଖାତାକୁ ଯାଇଛି ଲକ୍ଷେ 19 ହଜାର 512 ଭୋଟ । ବିଜେପି ଯାହା ଆଶା କରିଥିଲା ସେମିତି କିଛି ହେଲାନି । ଧାମନଗରର ରଣନୀତି କାମ କଲାନି ପଦ୍ମପୁରରେ । କେଉଁଠି ରହିଗଲା ଅସୁବିଧା । 2019 ତୁଳନାରେ ଯଦି ଦେଖାଯାଏ ପାଖାପାଖି ଭୋଟ ପାଇଛି ବିଜେପି । କେବଳ ସେତିକି ନୁହେଁ କଂଗ୍ରେସ ମାତ୍ର 3 ହଜାର 588 ଭୋଟ ପାଇଛି । 2019 ତୁଳନାରେ ପାଖାପାଖି 30 ହଜାର ଭୋଟ ହରାଇଛି କଂଗ୍ରେସ । କଂଗ୍ରେସର ଏହି 30 ହଜାର ଭୋଟ ମଧ୍ୟ ଯାଇଛି ବିଜେଡି ଖାତାକୁ । କୌଣସି ଗୋଟିଏ ରାଉଣ୍ଡରେ ବି ବିଜେପି ଆଗେଇ ନଥିଲା । ବଡ଼ ପ୍ରଶ୍ନ ବିଜେପି ପାଇଁ କଣ ରହିଲା ଅସୁବିଧା ।

କାମ ଦେଲାନି ହେବିଓ୍ବେଟଙ୍କ ପ୍ରଚାର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ 4ଦିନ ଧରି ପ୍ରଚାର କରିଥିଲେ । ନବୀନଙ୍କୁ କଡା ସମାଲୋଚନା କରିଥିଲେ । ଖାଲି ସେତିକି ନୁହେଁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ବରୀ ପ୍ରମୁଖ ପଦ୍ମପୁରରେ ପ୍ରଚାର କରିଥିଲେ । ସେହିପରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ବଡ ବଡ ଘୋଷଣା କରିଥିଲେ । ହେଲେ କିଛି କାମ ଦେଲାନି । ଭୋଟରେ ପରିଣତ ହେଲା ନାହିଁ । ଯାଗା ଦେଲେ ରାଜ୍ୟ ସରକାର ସଙ୍ଗେ ସଙ୍ଗେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ରେଳ ମନ୍ତ୍ରୀ । ତଥାପି ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିଲାନି ଭୋଟରେ ।

ଝିଅ ଓ ବୋହୁର ସମାଲୋଚନା

ଦିବଂଗତ ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ବୋହୁ ବୋଲି କହି ବିଦେଶି ବୋଲି କହି ସମାଲୋଚନା କରିଥିଲା ବିଜେପି । ଯାହାକୁ ପଦ୍ମପୁରବାସୀ ଗ୍ରହଣ କରିପାରିଲେନି ବୋଲି ଚର୍ଚ୍ଚା ହେଉଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଅନେକ ସମାଲୋଚନା କରାଯାଇଥିଲା ବର୍ଷାଙ୍କୁ । ବିଜେଡିର କହିବା କଥା ହେଲା ବିଜେପିର ଏହି ସମାଲୋଚନା ଆଜି ବୁମେରାଂ ହୋଇଯାଇଛି । ଯେଉଁଥି ପାଇଁ ହାରିଲା ବିଜେପି । ଯେହେତୁ ସେ ଏହି ମାଟିର ଝିଅ, ଜନତାଙ୍କ ସମର୍ଥନ, ମା ବୋହୁଙ୍କ ସମର୍ଥନ ରହିଲା ବର୍ଷାଙ୍କ ଆଡକୁ । ଯାହାକି ବର୍ଷା ଜିତିବାର ଆଉ ଏକ କାରଣ ବୋଲି କୁହାଯାଉଛି ।

ଅତ୍ୟଧିକ ଆତ୍ମବିଶ୍ବାସ

ଧାମନଗରରେ ବିଜେପି ପ୍ରାର୍ଥୀ ଜିତିବା ପରେ ବିଜେପିର ଆତ୍ମବିଶ୍ବାସ ବହୁତ ବଢିଯାଇଥିଲା । ପଦମପୁର ଆସକୁ ହାତେଇବା ପାଇଁ ଦଳ ପୁରା ତୟାର ହୋଇଯାଇଥିଲା । ପୁରା ଦଳ ଏକ ହୋଇ ପଦମପୁର ପ୍ରଚାରରେ ସାମିଲ ହୋଇଥିଲେ । କିନ୍ତୁ ଅତ୍ୟଧିକ ଆତ୍ମବିଶ୍ବାସ ବିଜେପି ପାଇଁ କାଳ ହୋଇଗଲା । ଅତ୍ୟଧିକ ଆତ୍ମବିଶ୍ବାସ କାରଣରୁ ନେତା ଓ କର୍ମୀ ଯେତିକି କାମ କରିବା କଥା ସେତିକି ବୋଧହୁଏ କରିପାରିନଥିଲେ । ଧାମନଗରର ଧାରା ପଦମପୁରରେ ବି ରହିଛି ଭାବି ଆଗକୁ ବଢିଥିଲେ । କିନ୍ତୁ ସେମିତି କିଛି ହେଲାନି ।

କଂଗ୍ରେସର ଭୋଟ ମାଇନସ

କଂଗ୍ରେସ ହାତକୁ ଯାଇଛି ମାତ୍ର 3 ହଜାର 588 ଖଣ୍ଡ ଭୋଟ । କଂଗ୍ରେସର ପକେଟ ଭୋଟ ଯାହା ରହିଛି, 2019ରେ ଯେଉଁ 32 ହଜାର ଭୋଟ ପାଇଥିଲା କଂଗ୍ରେସ ସେଥିରୁ ପାଖାପାଖି 29ରୁ 30 ହଜାର ଭୋଟ ଯାଇଛି ବିଜେଡି ଖାତାକୁ । କାରଣ ପ୍ରଦୀପ ପୁରୋହିତ ତାଙ୍କର ପକେଟ ଭୋଟ ପାଇଛନ୍ତି । 2019ରେ ଯେତିକି ଭୋଟ ପାଇଥିଲେ ପାଖାପାଖି ସେତିକି ଭୋଟ ପାଇଛନ୍ତି । ତେଣୁ କଂଗ୍ରେସର ଭୋଟ ମାଇନସ ହେବା ବିଜେପି ପାଇଁ କାଳ ହୋଇଗଲା । ଆଉ ହାରିଗଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details