ବରଗଡ:ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ବରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କ ଘରେ ଚଢାଉ କରାଯାଇଛି । ଚଢାଉ ବେଳେ ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ସହିତ ଅନେକ ନଗଦ ଟଙ୍କା ଜବତ କରାଯାଇଛି । ସମ୍ପୃକ୍ତ ଶିକ୍ଷକ ଜଣକ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମ ସ୍ଥିତ ପଞ୍ଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀ ।
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, ଚାଲିଛି ସମ୍ପତ୍ତିର ଆକଳନ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ବରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କ ଘରେ ଚଢାଉ । ଅଧିକ ପଢନ୍ତୁ...
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, ଚାଲିଛି ସମ୍ପତ୍ତିର ଆକଳନ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ତିଲେଇମାଲ, ବରପାଲି, ଆଗଲପୁର ଓ ଡୁଙ୍ଗୁରିପାଲିରେ ରହିଥିବା ଘର ସହିତ ଗଣ୍ଠିଆପାଳି ସ୍ଥିତ ଅଫିସରେ ଏକକାଳୀନ 5 ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଏବେ ମଧ୍ୟ ସମୁଦାୟ ସମ୍ପତ୍ତିର ସଠିକ ଆକଳନ କରାଯାଇ ପାରିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଜଣାଇଛନ୍ତି ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ