ବରଗଡ:ଦୀର୍ଘ ଦିନରେ ପ୍ରତୀକ୍ଷା ପରେ କୋରୋନାର ଅନ୍ତ କରିବାକୁ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ଶନିବାର ଆରମ୍ଭ ହୋଇଯାଇଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାରେ ଚାରୋଟି ସ୍ଥାନରେ କୋଭିଡ ଭ୍ୟାକ୍ସିନ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯାଇଛି ।
ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏସ କେ ତ୍ରୀପାଠୀଙ୍କୁ ପ୍ରଥମ ଟୀକା ଦିଆଯାଇଥିଲା । ମୁଖ୍ୟ ଡାକ୍ତରଖାନାରେ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ସିଡିଏମଓ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଲମ୍ବୋଦର ପଟେଲ, ବିକାଶ ମଲ୍ଟି ସ୍ବତନ୍ତ୍ର ହସ୍ପିଟାଲରେ ଡାକ୍ତର ଆଶିଷ କୁମାର ଶତପଥୀ, ବରଗଡ଼ ପିସିସି ସେଣ୍ଟରରେ ଆଶା କର୍ମୀ ସୁଲତା ରାନୀ ରେଭେନଙ୍କୁ ପ୍ରଥମ ଟୀକା ଦିଆଯାଇଛି ।